Latest Odisha News

BREAKING NEWS

ଆସିଲା ଭିଭୋ କମ୍ପାନୀର ସ୍ମାର୍ଟୱାଚ୍: ଜାଣନ୍ତୁ କ’ଣ ଫିଚର ରହିଛି ଏଥିରେ

ଭିଭୋ କମ୍ପାନୀ ଆଗାମୀ ଭିଭୋ ସ୍ମାର୍ଟୱାଚର  ଡିଜାଇନକୁ ନେଇ ଅନ୍ୟ ଏକ ଟିଜର ରିଲିଜ୍ କରିଛି | ଭିଡିଓ କ୍ଲିପ୍ ସ୍ମାର୍ଟ ୱାଚ୍ କୁ ଏକ ସର୍କୁଲାର୍ ଡାଏଲ୍, ଦୁଇଟି ବଟନ୍, ଷ୍ଟ୍ରାପ୍ ଏବଂ ଏହାର ବିକଳ୍ପ ସହିତ ହାର୍ଟ ରେଟ୍ ମନିଟର ବୈଶିଷ୍ଟ୍ୟ ବିଶିଷ୍ଟ ଦର୍ଶାଉଛି ।

୨୪ ଘଣ୍ଟିଆ ହୃଦସ୍ପନ୍ଦନ ମନିଟର ସହିତ ଆସିବାକୁଥିବା ଭିଭୋ ୱାଚର ମୂଲ୍ୟ ଚାଇନାରେ ସିଏନୱାଇ ୧୦୦୦ (ପ୍ରାୟ ୧୦୭୬୦ ଟଙ୍କା) ହୋଇପାରେ ବୋଲି ଜଣାପଡିଛି । ଚୀନ୍ ଟେକ୍ନୋଲୋଜି କମ୍ପାନୀ ସେପ୍ଟେମ୍ବର ୨୨ରେ ଏହାକୁ ଲଞ୍ଚ କରିବ ବୋଲି ଖବର ଆସିଛି ।

ଭିଭୋ ୱାଚର ଟିଜର ଚାଇନାର ମାଇକ୍ରୋବ୍ଲଗିଂ ୱେବସାଇଟ୍ ୱାଇବୋରେ ସେୟାର କରାଯାଇଛି। ଏହା ପୂର୍ବରୁ ଜଣାଶୁଣା ତଥ୍ୟରୁ ସ୍ପଷ୍ଟ ଯେ ସ୍ମାର୍ଟ ୱାଚ୍ ଏକ ବୃତ୍ତାକାର ଡାଏଲ୍ ଏବଂ ଦୁଇଟି ଫିଜିକାଲ ବଟନ୍ ବିଶିଷ୍ଟ୍  ଅଟେ । ଷ୍ଟ୍ରାପ୍ ଗୁଡିକ ଲେଦର ତିଆରି ଏବଂ ଏହା ବିଭିନ୍ନ ରଙ୍ଗର । ଏଥିରେ ହୃଦସ୍ପନ୍ଦନ ମନିଟର ମଧ୍ୟ ରହିଛି ।

ଭିଭୋ ୱାଚ୍ ୨୪ ଘଣ୍ଟିଆ ହୃଦସ୍ପନ୍ଦନ ମନିଟର ସହିତ ଆସି ୧୮ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ଜୀବନ ପ୍ରଦାନ କରିବ ବୋଲି ଜଣାଯାଇଛି | ଗୁଜବରୁ ଜଣାପଡିଛି ଯେ ଆଗାମୀ ସ୍ମାର୍ଟ ୱାଚ୍ ରେ ମ୍ୟୁଜିକ୍ ପ୍ଲେ, କ୍ରମାଗତ ହୃଦସ୍ପନ୍ଦନ ମନିଟରିଂ, ରକ୍ତ ଅମ୍ଳଜାନ ଚିହ୍ନଟ, ଜୋଭି ଭଏସ୍ ସହାୟତା ଏବଂ ମଲ୍ଟି ଫଙ୍କସନ୍ ଏନଏଫସି ଭଳି ବୈଶିଷ୍ଟ୍ୟଗୁଡିକ ରହିବ । ଏହା ଜଳ ପ୍ରତିରୋଧ ଫିଚର ଥିବା ମଧ୍ୟ କୁହାଯାଉଛି ।

ଲିକ୍ ହୋଇଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି ଯେ ଏହା କମଳା, କଳା, ଏବଂ ବାଦାମୀ ରଙ୍ଗର ଷ୍ଟ୍ରାପ୍ସରେ ଆସିବ ଯାହା ଚମଡା ଏବଂ ସିଲିକନ୍ ମଧ୍ୟ ହୋଇପାରେ | ଭିଭୋ ୱାଚ୍ ଏକ ଆମୋ ଏଲଇଡ଼ି ପ୍ରଦର୍ଶନ ସହିତ ସଜ୍ଜିତ ହେବ ବୋଲି ଶୁଣିବାକୁ ମିଳୁଛି | ଅତ୍ୟାଧୁନିକ ୩୦ ସେକେଣ୍ଡ୍ କ୍ଲିପ୍ ଡାଏଲରେ ଦୁଇଟି ରଙ୍ଗ ଦେଖାଏ ଯାହା ରୂପା ଏବଂ କଳା ହୋଇପାରେ । ଏହା ସମ୍ପୂର୍ଣ୍ଣ ଷ୍ଟେନଲେସ୍ ଷ୍ଟିଲ ଯୁକ୍ତ ହେବ ଏବଂ ଏହା ୪୨ ମିମି ଏବଂ ୪୬ ମିମି ଡାଏଲ୍ ଆକାରରେ ଆସିଯାଇପାରେ |

Leave A Reply

Your email address will not be published.