Latest Odisha News

BREAKING NEWS

ଦିଶାଙ୍କୁ ହତ୍ୟା କରାଯାଇଛି, ପ୍ରମାଣ ମୋ ପାଖରେ ଅଛି : ନିତିଶ ରାଣେ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ୩ ମାସ ପୂରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହାର କାରଣ ସ୍ପଷ୍ଟ ହୋଇ ନାହିଁ । ବୁଧବାର ବିଜେପିର ନେତା ନିତିଶ ରାଣେ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ ଏକ ଚ୍ୟାନେଲକୁ ସାକ୍ଷତକାର ଦେଇ କହିଛନ୍ତି ସୁଶାନ୍ତଙ୍କ ମ୍ୟାନେଜର ଦିଶା ସାଲିୟାନ ମୃତ୍ୟୁ ପଛର ରହସ୍ୟ ମୁଁ ଜାଣିଛି । ତାଙ୍କ ବୟଫ୍ରେଣ୍ଡ ରୋହନ ରାୟଙ୍କୁ ପଚରାଉଚରା କରାଗଲେ ସବୁ ସତ ବାହାରିବ । ରୋହନ ପ୍ରମାଣ ଲୁଚାଉଛନ୍ତି । ଯଦି ସେ ସାମ୍ନାକୁ ଆସିବାକୁ ଭୟ କରୁଛନ୍ତି ମୁଁ ସିବିଆଇ ଆଗରେ ସବୁ କଥା କହିବି ବୋଲି ରାଣେ କହିଛନ୍ତି ।

ଦିଶା ଛାତରୁ ପଡିବାର ୨୫ ମିନିଟ ପରେ ରୋହନ ପଂହଚିଥିଲେ । ଦିଶା ୮ ଜୁନ ପାର୍ଟିକୁ ଯିବା ପାଇଁ ଚାହୁଁ ନ ଥିଲେ । ଏଥିରେ ଜଣେ ବଡ ନେତା, ବିଲ୍ଡର, ଦୁଇଜଣ ଅଭିନେତା ଓ ଜଣେ ଅଭିନେତାଙ୍କ ଭାଇ ଥିଲେ । ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତ ଚାପରେ ଥିଲେ । ଏହାର ଠିକ୍ ସପ୍ତାହ ପରେ ସୁଶାନ୍ତଙ୍କ ଶବ ମିଳିଥିଲା । ରାଣେ ଦୃଢ଼ତା ସହକାରେ କହିଛନ୍ତି ଦିଶା ଆତ୍ମହତ୍ୟା କରି ନାହାନ୍ତି । ତାଙ୍କୁ ହତ୍ୟା କରାଯାଇଛି । ୮ ଜୁନ ପାର୍ଟିରେ ଥିବା ଲୋକଙ୍କୁ ବଂଚାଇବା ପାଇଁ ମହାରାଷ୍ଟ୍ର ସରକାର ଯଥାସମ୍ଭବ ଉଦ୍ୟମ କରୁଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.