Latest Odisha News

୮ହଜାରରୁ କମ୍ ମୂଲ୍ୟରେ ବଜାରକୁ ଆସିଲା Vivo Y19e; ରହିଛି AI ଫିଚର

ନୂଆଦିଲ୍ଲୀ: ଭିଭୋ ଭାରତରେ ନିଜର Y ସିରିଜରେ ଏକ ନୂତନ ବଜେଟ୍ ପ୍ରେଣ୍ଡଲି 4G ସ୍ମାର୍ଟଫୋନ୍ Vivo Y19e ଲଞ୍ଚ କରିଛି । ଏହି ଫୋନ୍ ୟୁନିସୋକ Unisoc T7225 ପ୍ରୋସେସର ସହିତ ଆସିଛି । ଏହି ଫୋନରେ AI ସପୋର୍ଟ ସହିତ ୧୩ ମେଗାପିକ୍ସେଲ କ୍ୟାମେରା ସେଟଅପ୍ ଅଛି । ଏହି ଫୋନରେ 6.74 ଇଞ୍ଚ ଡିସପ୍ଲେ ଏବଂ 5,500mAhର ବ୍ୟାଟେରୀ ଅଛି ।

ମୂଲ୍ୟ ବିଷୟରେ କହିବାକୁ ଗଲେ, ଭିଭୋ Y19eର 4GB RAM + 64GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୭,୯୯୯ଟଙ୍କା ରହିଛି । ଏହି ଫୋନ୍ ମାଜିଷ୍ଟିକ୍ ଗ୍ରୀନ୍ ଏବଂ ଟାଇଟାନିୟମ୍ ସିଲଭର ରଙ୍ଗ ବିକଳ୍ପରେ ଉପଲବ୍ଧ । ଏହି ଫୋନ୍ ବର୍ତ୍ତମାନ ଫ୍ଲିପକାର୍ଟ, ଭିଭୋ ଇଣ୍ଡିଆ ଇ-ଷ୍ଟୋର୍ ଏବଂ ଅନେକ ରିଟେଲ ଷ୍ଟୋର୍ ମାଧ୍ୟମରେ କ୍ରୟ କରି ପାରିବେ । ଏହି ଫୋନରେ ସାଇଡ-ମାଉଣ୍ଟେଡ୍‌ ଫିଙ୍ଗରପ୍ରିଣ୍ଟ ସ୍କାନର ରହିଛି । AI Erase, AI Photo Enhance, AI Documents ଭଳି AI ଫିଚର ରହିଛି ।

ଏହି ଫୋନ୍ ରେ 6.74-ଇଞ୍ଚ HD+ (720 X 1600 ପିକ୍ସେଲ) LCD ଡିସପ୍ଲେ, 90Hz ରିଫ୍ରେସ୍‌ ରେଟ୍‌ ଓ ପିକ୍ସେଲ ଡେନସିଟି 260 PPI ରହିଛି । ପାଣି ଓ ଧୂଳି ପ୍ରତିବନ୍ଧକ ଲାଗି ସ୍ମାର୍ଟଫୋନଟି IP64 ରେଟିଂ ଅଛି । ଆଣ୍ଡ୍ରଏଡ 14 ଉପରେ ଆଧାରିତ FunTouch OS 14 ଦ୍ବାରା ଚାଳିତ ।

4GB RAM +64GB ଷ୍ଟୋରେଜ ସହ ଆସିଛି ଯାହାକି 2TB ଯାଏଁ ବିସ୍ତାରିତ ହୋଇପାରିବ । ଏଥିରେ କମ୍ପାନୀ ଡୁଆଲ୍‌ କ୍ୟାମେରା ସେଟଅପ୍‌ ପ୍ରଦାନ କରିଛି । ପ୍ରାଇମେରୀ ରିଅର କ୍ୟାମେରା 13MP ସହ ଆସିଥିବାବେଳେ ଏହାର ଆର୍ପେଚର f/2.2 ରହିଛି । ସେହିପରି ଦ୍ବିତୀୟ କ୍ୟାମେରା 0.08MP ସହ ଆସିଥିବାବେଳେ ଆର୍ପେଚର f/3.0 ରହିଛି । ସେଲ୍ଫି ପାଇଁ 5MP କ୍ୟାମେରା ଦିଆଯାଇଛି ।

ପୂର୍ବ ମଡେଲ Vivo Y18eର ଦାମ ₹୭,୯୯୯ ସହିତ ଏହି ଫୋନ ସମାନ ରହିଛି । ନୂଆ ମଡେଲରେ ଅପଗ୍ରେଡ ଭାବେ ପୂର୍ବ ମଡେଲ Vivo Y18eରେ 5000mAh ଠାରୁ ସାମାନ୍ୟ ବଡ଼ ବ୍ୟାଟେରୀ ମିଳିଛି । ନୂଆ ମଡେଲରେ ବଡ଼ ଅପଗ୍ରେଡ୍‌ ଭାବେ ଏକାଧିକ AI ଫିଚରକୁ ସାମିଲ କରାଯାଇଛି ।

Leave A Reply

Your email address will not be published.