Latest Odisha News

ଇନଷ୍ଟାଗ୍ରାମରୁ ବିଜେଡି କୁ ହଟାଇଲେ ପାଣ୍ଡିଆନ, ସନ୍ୟାସ ନେଇଥିବା ନେଇ ଜୋରଧରିଛି ଚର୍ଚ୍ଚା

ଭୁବନେଶ୍ବର: ଆଜି ‘ଇନଷ୍ଟାଗ୍ରାମ’ ଆକାଉଣ୍ଟରୁ ‘ବିଜେଡି’କୁ ହଟାଇ ଦେଇଛନ୍ତି ଭିକେ ପାଣ୍ଡିଆନ । ପାଣ୍ଡିଆନ ତାଙ୍କର ଭେରିଫାଏଡ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ‘ଭିକେପାଣ୍ଡିଆନଡଟଓଡ଼ିଶା’ ପ୍ରୋଫାଇଲରେ ‘ବିଜେଡି’ର ସଦସ୍ୟ ବୋଲି ଲେଖିଥିବାବେଳେ, ଏହାକୁ ପରିବର୍ତ୍ତନ କରି ଏବେ ‘ନବୀନ ପଟ୍ଟନାୟକଙ୍କ ସହ କାମ କରିବା ଏକ ଆଶୀର୍ବାଦ’ ବୋଲି ଲେଖିଛନ୍ତି । ଏହାସହିତ ‘ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ’ ସରକାରୀ ଓ୍ବେବ୍‌ ସାଇଟ୍‌କୁ ପ୍ରୋଫାଇଲରେ ରଖିଛନ୍ତି ।

ତେବେ ପାଣ୍ଡିଆନ ହଠାତ୍ ନିଜ ପ୍ରୋଫାଇଲରୁ ‘ବିଜେଡି’ ଶବ୍ଦକୁ ହଟାଇବା ପରୋକ୍ଷରେ ରାଜନୀତିରୁ ସନ୍ୟାସ ନେଇଥିବାର ସଙ୍କେତ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ସେ ଆଜି ବିଜେଡିର ନବନିର୍ବାଚିତ ବିଧାୟକମାନଙ୍କ ବୈଠକରେ ମଧ୍ୟ ଅନୁପସ୍ଥିତ ଥିଲେ । ଯାହା ଦର୍ଶାଉଛି ଯେ, ୨୦୨୪ ସାଧାରଣ ନିର୍ବାଚନ ପ୍ରଚାର ସମୟରେ ଓଡିଶାବାସୀଙ୍କୁ ଦେଇଥିବା ସେ କଥା କୁ ସେ ଆଜି ରଖିଛନ୍ତି ।

ସୂଚନାଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନରେ ୧୪୭ ଟି ବିଧାନସଭା ଆସନରୁ ବିଜେପି ୭୮ ଟି ଆସନ ଜିତିଥିବାବେଳେ ବିଜେଡିକୁ କେବଳ ୫୧ଟି ଆସନ ମିଳିଛି । ଯାହାଫଳରେ ବିଜେଡିର ଦୀର୍ଘ ୨୪ ବର୍ଷ ଶାସନରେ ପୂର୍ଣ୍ଣଚ୍ଛେଦ ପଡିଛି । ଆଉ ଏଥିପାଇଁ ଭିକେ ପାଣ୍ଡିଆନଙ୍କୁ ସାଧାରଣରେ ଦାୟୀ କରିଛନ୍ତି ଲୋକେ ।

Comments are closed.