Latest Odisha News

BREAKING NEWS

କୁଆଡେ ଗଲେ ପାଣ୍ଡିଆନ? ଦଳୀୟ ବୈଠକରେ ମଧ୍ୟ ନାହାଁନ୍ତି ଉପସ୍ଥିତ

ଭୁବନେଶ୍ଵର: କୁଆଡେ ଗଲେ ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ । ଗତ କାଳି ଫଳ ବାହାରିବା ପରଠାରୁ ପାଣ୍ଡିଆନଙ୍କୁ ଦେଖିବାକୁ ମିଳୁନାହିଁ କି କୌଣସି ପ୍ରତିକ୍ରିୟା ମଧ୍ୟ ମିଳୁନାହିଁ । ଏପରିକି ନବୀନ ନିବାସରେ ଚାଲିଥିବା ବିଧାୟକ ବୈଠକରେ ମଧ୍ୟ ପାଣ୍ଡିଆନ ଅନୁପସ୍ଥିତ ଥିବା ଜଣାପଡିଛି । ସବୁଆଡେ ଏବେ ଗୋଟେ କଥା, ବିଜେଡି ଗଡ ହରାଇବା ପଛରେ ପାଣ୍ଡିଆନ ଦାୟି । ସେଥିପାଇଁ କଣ ସତରେ ପାଣ୍ଡିଆନ ଦଳରୁ ଦୁରେଇ ଗଲେ କି?

ନବୀନ ଷଷ୍ଠ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାର ଗ୍ରହଣ ନକଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି କହୁଥିବା ପାଣ୍ଡିଆନ ଆଗକୁ କ’ଣ ନିଷ୍ପତ୍ତି ନେବେ? ପାଣ୍ଡିଆନଙ୍କ ବାସଭବନ ଏବେ ପୂରା ଖାଁ ଖାଁ । କହିରଖୁଛୁ ଯେ, ଆଜି ନବୀନ ନିବାସରେ ଦଳୀୟ ନେତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ମାତ୍ର ସେଠାରେ ପାଣ୍ଡିଆନ ଉପସ୍ଥିତ ନଥିଲେ। ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଦୁଇ ବିଧାୟକ ଗଣେଶ୍ୱର ବେହେରା ଏବଂ ଅରୁଣ ସାହୁ । ସେପଟେ ସେ ଏବେ କେଉଁଠାରେ ଅଛନ୍ତି ଏବଂ ଏଭଳି ଗାଏବ ହେବା ପଛରେ କି କାରଣ ରହିଛି ସେ ନେଇ ଆଲୋଚନା ବଢ଼ିବାରେ ଲାଗିଛି।

Comments are closed.