Latest Odisha News

ଏପଟେ ଓଡ଼ିଆ ଅସ୍ମିତାର କଥା କହୁଛନ୍ତି, ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେଉଛନ୍ତି ବାହାର ରାଜ୍ୟର ନେତା: ପାଣ୍ଡିଆନ

ବଲାଙ୍ଗୀର: ସାଧାରଣ ନିର୍ବାଚନ ପାଇଁ ନେତାମାନଙ୍କ ଜୋରଦାର ପ୍ରଚାର ଜାରିରହିଛି । ଏହି ଅବସରରେ ଆଜି ଅର୍ଥାତ ଗୁରୁବାର ଟିଟଲାଗଡ଼ରେ ବିଜେଡି ନେତା ଭିକେ ପାଣ୍ଡିଆନ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ବିରୋଧି ଦଳ ଉପରେ ଖୁବ୍ ବର୍ଷିଛନ୍ତି । ପାଣ୍ଡିଆନ କହିଛନ୍ତି, ଛତିଶଗଡ଼ରୁ ମନ୍ତ୍ରୀମାନେ ଆସୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରଚାର କରୁଛନ୍ତି, ଟଙ୍କା ମଧ୍ୟ ବାଣ୍ଟୁଛନ୍ତି ଏହା ଠିକୂ ନୁହେଁ। ସେପଟେ ଓଡ଼ିଆ ଅସ୍ମିତାର କଥା କହୁଛନ୍ତି, ଏପଟେ ଓଡ଼ିଶାର ସବୁଠାରୁ ଜନପ୍ରିୟ ନେତା ତଥା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେଉଛନ୍ତି । ଏହାର ଆପଣମାନେ ଉଚିତ୍ ଜବାବ୍ ଦେବେ ।

ପାଣ୍ଡିଆନ  କହିଛନ୍ତି ,ବିଜେପୁର ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ଼ କଲେ କିନ୍ତୁ ସେମାନେ ୪୫ ହଜାର ଭୋଟରେ ହାରିଲେ । ସେହିପରି ପୁରୀ ପରିକ୍ରମା ପ୍ରକଳ୍ପବେଳେ ଅଣ୍ଡାମାଡ଼ କଲେ, ଫଳରେ ୩୦ରୁ ୩୦ ଜିଲ୍ଲା ପରିଷଦରେ ହାରିଲେ । ଯଦି ଏଠାରେ ଆଉ କେଉଁ ଦଳ ଜିତିବ ତେବେ ନିର୍ବାଚନ ମଣ୍ଡଳୀ ୨୫ ବର୍ଷ ତଳକୁ ଫେରିଯିବ ବୋଲି କହିଛନ୍ତି ଭିକେ ପାଣ୍ଡିଆନ । ସଏଁତଳାକୁ ଏନ୍‍.ଏ.ସି. ମାନ୍ୟତା ଦିଆଯିବା ସହ ୨.୫୦ କୋଟି ଟଙ୍କା ବିନିଯୋଗରେ ତୁଷୁରା ସମଲେଇ ମନ୍ଦିର ବିକାଶ କାର୍ଯ୍ୟ ଜାରି ରହିଛି । ଜଳସେଚନର ବିକାଶ ପାଇଁ ବହୁତ ପ୍ରକଳ୍ପ ନିର୍ମାଣ କରାଯାଇଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ ।

ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ରାଜ୍ୟର  ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଟିଟଲାଗଡ ଆୟୋଜିତ ଜନସଭାରେ ଏଭଳି କହିଛନ୍ତି ବିଜେଡି ନେତା ଭି କେ ପାଣ୍ଡିଆନ । ବିଜେପି କହୁଛି ସୋଲାର ପ୍ୟାନେଲ ମାଧ୍ୟମରେ ମାଗଣା ବିଜୁଳି ଦେବ, ଏଥିପାଇଁ ଆପଣ ୫୦ ହଜାର ଟଙ୍କା ଖର୍ଚ୍ଚ କରିବେ । ଦିନରେ ଲଣ୍ଠନ ଦେଖାଉଛନ୍ତି ବିଜେପି ଦଳ ବୋଲି ସଭାରେ କହିଛନ୍ତି ପାଣ୍ଡିଆନ । ଆସନ୍ତା ଜୁଲାଇ ମାସରୁ ଓଡ଼ିଶାର ୯୦  ପ୍ରତିଶତ ପରିବାରଙ୍କୁ ଆଉ ବିଜୁଳି ବିଲ୍  ଦେବାକୁ ପଡିବନି ବୋଲି ସେ କହିଛନ୍ତି । ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ ଏବଂ  ୬୦ ବର୍ଷ ପରେ ମିଶନ ଶକ୍ତି ମା ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା କରାଯିବ ବୋଲି ପାଣ୍ଡିଆନ କହିଛନ୍ତି ।

 

Leave A Reply

Your email address will not be published.