Latest Odisha News

ପୁତିନଙ୍କ ବଡ଼ ବୟାନ: ସମାପ୍ତ ହେବ କି ୟୁକ୍ରେନ୍ ସହ ଯୁଦ୍ଧ?

ମସ୍କୋ : ବାରମ୍ବାର ମତ ବଦଳାଉଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । କେତେବେଳେ କହୁଛନ୍ତି ୟୁକ୍ରେନକୁ ପୂରା ଜିତିବୁ, କେତେବେଳେ କହୁଛନ୍ତି ଯୁଦ୍ଧ ସମାପ୍ତ କରିବୁ । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେଁସ୍କି ଆମେରିକା ଗସ୍ତରେ ଯାଇଛନ୍ତି । ଆହୁରି ସେ ବ୍ରିଟେନରୁ ମିସାଇଲ୍ ଆଣିବା ଚର୍ଚ୍ଚା ବି ଉଠିଛି । ଯେତେ ଶକ୍ତିଶାଳୀ ମିସାଇଲ ଆଣିଲେ ବି ଋଷ କାଉଣ୍ଟର କରିବ ବୋଲି କହୁଥିଲେ ପୁତିନ । ଏବେ ଜେଲେଁସ୍କିଙ୍କ ଆମେରିକା ଗସ୍ତ ସମୟରେ ତାଙ୍କର ଆଉ ଏକ ବୟାନ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ।

ସେ କହିଛନ୍ତିଯେ, ଋଷ ଖୁବଶୀଘ୍ର ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାକୁ ଚାହୁଁଛି । ତେବେ ସେ ଯୁଦ୍ଧକୁ ବନ୍ଦ କରିବା ପାଇଁ ଚାହୁଁଛନ୍ତି ନା ଯୁଦ୍ଧ ତୀବ୍ର କରି ୟୁକ୍ରେନ ଉପରେ ବିଜୟ ହାସଲ କରିବା ପରେ ଯୁଦ୍ଧ ସମାପ୍ତ କରିବାକୁ ଚାହୁଁଛନ୍ତି, ସେନେଇ ଦ୍ୱନ୍ଦ୍ୱ ଉଠିଛି । ଡିପ୍ଲୋମେଟିକ୍ ସଲ୍ୟୁସନ୍ ଜରିଆରେ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବେ ବୋଲି ପୁତିନ ତାଙ୍କ ବୟାନରେ କହିଛନ୍ତି ।

ଆମେରିକା ଗସ୍ତରେ ଜେଲେଁସ୍କି ଥିବାବେଳେ ହ୍ୱାଇଟ୍ ହାଉସ ପ୍ରବକ୍ତା ଜନ୍ କିରବି କହିଥିଲେ, ଯୁଦ୍ଧ ସମାପ୍ତି କରିବାକୁ ପୁତିନ ଆଦୌ ଆଲୋଚନା ପାଇଁ ରାଜି ହେଉନାହାଁନ୍ତି । ଏହା ପରେ ପରେ ପୁତିନଙ୍କ ବୟାନକୁ ନେଇ ଚାଞ୍ଚଲ୍ୟ ଦେଖାଦେଇଛି । ଏପରିକି ପୁତିନ ଆମେରିକା ଭୟରେ ଏହି ବୟାନ ଦେଇଥିବା କୁହାଯାଉଛି । ତେବେ ୧୦ ମାସ ଧରି ଜାରି ରହିଥିବା ୟୁକ୍ରେନ ଓ ଋଷ ଯୁଦ୍ଧ ଏହା ମଧ୍ୟରେ ପୂର୍ଣ୍ଣଚ୍ଛେଦ ପଡିପାରେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.