Latest Odisha News

ବଡ଼ଦିନ ପୂର୍ବରୁ ରାତି ପାଟ୍ରୋଲିଂ ବଢାଇଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର : ଆଗକୁ ବଡ଼ଦିନ । ହକି ବିଶ୍ୱକପ ପାଇଁ ଟ୍ୱିନ ସିଟିରେ ବ୍ୟାପକ ବ୍ୟବସ୍ଥା । ସେପଟେ କମିଶନରେଟ୍ ପୋଲିସ ଆକ୍ସନ ମୋଡକୁ ଆସିଛି । ବଢାଇଛି ନାଇଟ୍ ପାଟ୍ରୋଲିଂ । ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୋଲିସ ।

ଜୋନ ୬ ଏସିପିଙ୍କ ନେତୃତ୍ୱରେ ଇନଫୋସିଟି ଓ ଚନ୍ଦ୍ରଶେଖପୁର ଅଞ୍ଚଳରେ ହୋଇଛି ପାଟ୍ରୋଲିଂ। ଆଇଆଇସି ଓ ସ୍ପେଶାଲ୍ ଟିମ ରାସ୍ତା କଡରେ ଥିବା ଦୋକାନ ଓ ହୋଟେଲ ଗୁଡିକରେ ଚେକିଂ କରିବା ସହ ରାତି ସାଢ଼େ ୧୦ ଟା ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଳମ୍ବିତ ରାତି ପଯ୍ୟନ୍ତ ଦୋକାନ ଖୋଲିବା ଦ୍ୱାରା ନିଶାଡୀ ଓ ଅପରାଧୀ ମାନେ ଏକାଠି ହେଉଛନ୍ତି।  ଏହା ସହିତ ଅପରାଧ ଓ ଅପରାଧୀଙ୍କୁ ଚେକ ଦେବା ପାଇଁ ଆଜି ଠାରୁ ଅଭିଯାନ ଆରମ୍ଭ ହୋଇଛି। ଆଗାମୀ ଦିନରେ ଅଭିଯାନ କୁ ଜୋରଦାର କରାଯିବା ବୋଲି ଏସିପି କହିଛନ୍ତି ।

Leave A Reply

Your email address will not be published.