Latest Odisha News

ଧାନ ଖଳାରେ ଶୋଇଥିଲେ ଯୁବକ, ହାତୀ ଦଳି ମାରିଦେଲା

ସୁବର୍ଣ୍ଣପୁର :  ସୋନପୁର ବନାଞ୍ଚଳ କୁମ୍ଭାରମୁଣ୍ଡା ସେକ୍ସନରେ ହାତୀ ଆକ୍ରମଣରେ ଯୁବକଙ୍କ  ମୃତ୍ୟୁ । ତରଭା ବ୍ଲକ ଶୁଖିଲାସର ଗାଁର ହର ରଣା ଅମଳ ଧାନକୁ ଖଳାରେ ଶୁଖାଇଥିଲେ । ରାତିରେ ସେ ଧାନକୁ ଜଗିବା ପାଇଁ ଖଳାରେ ଶୋଇଥିଲେ । ମଧ୍ୟ ରାତ୍ରୀରେ ହାତୀ ପଲ ଆସି ଧାନ ଖାଇବା ସହ ହରକୁ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ହୋଇଛି ।

ସକାଳୁ ପରିବାର ଲୋକ ଖଳାକୁ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବନ ବିଭାଗକୁ ଖବର ଦେଇଥିଲେ । ଚାଷବାସ କରି ସେ ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ପରିବାର ଲୋକ ଦାବି କରିଛନ୍ତି । ବନ ବିଭାଗର ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ଶବକୁ ଜବତ କରିବା ସହ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି ଏସିଏଫ କହିଛନ୍ତି ।

Leave A Reply

Your email address will not be published.