Latest Odisha News

BREAKING NEWS

ଧୂମଧାମରେ ଜନ୍ମଦିନ ପାଳନ କଲେ ପୁତିନଙ୍କ ରହସ୍ୟମୟ କନ୍ୟା

ମସ୍କୋ: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ସିକ୍ରେଟ କନ୍ୟା ଲୁଇଜା ରୋଜାୱେ ନିଜର ୧୮ତମ ଜନ୍ମ ଦିବସ ଧୂମଧାମରେ ପାଳନ କରିଛନ୍ତି । ରବିବାର ବିଳମ୍ବିତ ରାତିରେ ନିକଟତମ ବନ୍ଧୁଙ୍କ ସହ ଲୁଇଜା ଏକ ନାଇଟ କ୍ଲବରେ ଏହାକୁ ପାଳନ କରିଥିଲେ । କ୍ଲବର ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଥିଲା । ନାଇଟକ୍ଲବ ମାଲିକ ମଧ୍ୟ ପାର୍ଟି ଶେଷ ପର୍ଯ୍ୟନ୍ତ ଜାଣିପାରି ନ ଥିଲେ ଯେ, ଏହା ପୁତିନଙ୍କ ଝିଅର ଜନ୍ମଦିନ । ପୁତିନଙ୍କ ପ୍ରେମିକା ଶ୍ୱେତଲେନା କ୍ରିବୋନୋଭିଖଙ୍କ ଝିଅ ହେଲେ ଲୁଇଜା । ଅବଶ୍ୟ ଆଜି ପର୍ଯ୍ୟନ୍ତ ପୁତିନ ତାଙ୍କ ପ୍ରେମିକାର ଝିଅ ଥିବା କଥାକୁ ସ୍ୱୀକାର କରି ନାହାନ୍ତି ।

୪ ମାସ ତଳେ ରୁଷିଆର କେତେକ ପ୍ରତିଷ୍ଠିତ ମିଡିଆ ଲୁଇଜା ସମ୍ପର୍କରେ କେତେକ ତଥ୍ୟ ରଖିଥିଲେ । ଏଥିରେ ସେମାନେ ପ୍ରମାଣିତ କରିଥିଲେ ଯେ, ସେ ପୁତିନଙ୍କ ଝିଅ । ପୁତିନଙ୍କ ପାରିବାରିକ ଓ ବ୍ୟକ୍ତିଗତ ଜୀବନ ଏବେ ବି ରହସ୍ୟମୟ ହୋଇ ରହିଛି । ତାଙ୍କ ପରିବାର ସଦସ୍ୟ ସମ୍ପୂର୍ଣ୍ଣ ଡାଟା କାହା ପାଖରେ ନାହିଁ । ପୁତିନଙ୍କ ପ୍ରଥମ ପତ୍ନୀ ଲ୍ୟୁଡମିଲା ଶକରବେନେଭାଙ୍କ ମାରିୟା ଓ କ୍ୟାଟରିନା ନାମକ ୨ଟି ଝିଅ ଅଛନ୍ତି । ସେମାନଙ୍କୁ ନେଇ କୌଣସି ପ୍ରକାରର ମିଡିଆ କଭରେଜ ଉପରେ ପ୍ରତିବନ୍ଧ ରହିଛି ।

Leave A Reply

Your email address will not be published.