Latest Odisha News

୨୧ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି, କୋଣାର୍କ ବୁଲିବା ସହ ରାଉରକେଲା ଏନ୍ଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ କୋବିନ୍ଦ

ଭୁବନେଶ୍ବର: ମାର୍ଚ୍ଚ ୨୧ ତାରିଖରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସିବେ । ୨୨ ତାରିଖରେ ସେ କୋଣାର୍କ ଯିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ଭାରତୀୟ ତୈଳ ନିଗମ ପକ୍ଷରୁ କୋଣାର୍କରେ ନିର୍ମିତ ବ୍ୟାଖ୍ୟାନମାଳା ପରିଦର୍ଶନ କରିବେ ।

ଏହାପରେ ରାଷ୍ଟ୍ରପତି ରାଉରକେଲା ଏନ୍ଆଇଟି ସମାବର୍ତ୍ତନ ଉତ୍ସବରେ ସେ ଯୋଗ ଦେବେ । ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ ।

ଗସ୍ତ ସମୟରେ ରାଜଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସହିତ କେତେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏନ୍ଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.