Latest Odisha News

ବ୍ରାଜିଲରେ ଅକ୍ସଫୋର୍ଡ ଟିକା ଟ୍ରାଏଲରେ ସାମିଲ ଜଣେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ

କରୋନା ଭ୍ୟାକସିନର ହ୍ୟୁମାନ ଟ୍ରାଏଲ ବେଳେ ବ୍ରାଜିଲରୁ ସାମନାକୁ ଆସିଛି ଏକ ନିରାଶାଜନକ ଖବର । ଆଷ୍ଟ୍ରାଜେନିକା ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରୋନା ଟିକା ନେଇଥିବା ଜଣେ ସ୍ୱେଚ୍ଛାସେବୀଙ୍କର ମୃତ୍ୟୁ ହୋଇଛି । ବ୍ରାଜିଲର ହେଲ୍ଟ ଅଥରିଟି ଆନଭିସା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ହୋଇଥିଲେ ବି ଟିକା ପରୀକ୍ଷଣକୁ ସ୍ଥଗିତ ରଖାଯିବ ନାହିଁ । ଟ୍ରାଏଲ୍ ଜାରି ରଖିବାକୁ ପରାମର୍ଶ ଦେଇଛି ଆଷ୍ଟ୍ରାଜେନିକାର ଅନ୍ତର୍ଜାତୀୟ ସୁରକ୍ଷା କମିଟି । ଚିକିତ୍ସାର ଗୋପନୀୟତାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଅଧିକ ତଥ୍ୟ ଦେଇ ନାହାନ୍ତି ।

କୁହାଯାଉଛି ସଂପୃକ୍ତ ଯୁବକଙ୍କ ବୟସ ୨୮ ବର୍ଷ ଓ ସେ ଜଣେ ସ୍ୱାସ୍ଥ୍ୟକର୍ମୀ । ରିଓ ଡି ଜେନେରିଓରେ ସେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିଲେ । ଟିକା ଟ୍ରାଏଲ ବେଳେ ଯୁପବକଙ୍କ ମୃତ୍ୟୁର ସ୍ୱତନ୍ତ୍ର କମିଟି ଅନୁଧ୍ୟାନ କରାବ ବୋଲି କହିଛି ଆଷ୍ଟ୍ରାଜେନିକା ।

ଗତମାସରେ ଜଣେ ସ୍ୱେଚ୍ଛାସେବୀଙ୍କ ପାଖରେ କିଛି ଅସ୍ୱାଭାବିକ ଲକ୍ଷଣ ଦେଖା ଦେବାରୁ ଅକ୍ସଫୋର୍ଡ ଟିକାର ଟ୍ରାଏଲକୁ ସାମୟିକ ସ୍ଥଗିତ ରଖାଯାଇଥିଲା । ଏହାପରେ ପୁଣି ଥରେ ଆମେରିକା ସମେତ ଭାରତ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ଜାପାନ, ବ୍ରିଟେନରେ ଆରମ୍ଭ ହୋଇଥିଲା ହ୍ୟୁମାନ ଟ୍ରାଏଲ ।

Leave A Reply

Your email address will not be published.