Latest Odisha News

BREAKING NEWS

ରାଉରକେଲା: କପଡା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ରାଉରକେଲା: ସହରର ମେନ୍ ରୋଡରେ ଥିବା ଏକ କପଡା ଗୋଦାମରେ କୌଣସି କାରଣବଶତଃ ନିଆଁ ଲାଗିଯିବାରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି ।

ପ୍ରାପ୍ତ ସୂଚନାନୁଯାୟୀ ରବିବାର ବିଳମ୍ବିତ ରାତିରେ ଦୁର୍ଭାଗ୍ୟବଶତଃ କପଡା ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା । ଏହାଫଳରେ ନିଆଁରେ ପାଖାପାଖି ୭ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ନେଇ ଜଣାପଡିଛି ।

ପରେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ତେବେ କେଉଁ କାରଣରୁ ଗୋଦମରେ ନିଆଁ ଲାଗିଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.