Latest Odisha News

BREAKING NEWS

ଭୁବନେଶ୍ୱରର ଖଣ୍ଡଗିରି ଯାତ୍ରାରେ ପୁଣି ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ମେଳାରେ କଟକଣା ସତ୍ୱେ ଚଳିତବର୍ଷ ପୁଣିଥରେ ଯାତ୍ରାମଞ୍ଚରେ ଅଶ୍ଲୀଳ ନୃତ୍ୟ ପରିବେଷଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି ।

ଏନେଇ କଳିଙ୍ଗ ସେନା ପକ୍ଷରୁ ଆପତ୍ତି ଉଠାଯାଇଥିବା ବେଳେ ଥାନାରେ ମଧ୍ୟ ଏତଲା ଦାଏର କରାଯାଇଛି । ଏପରିକି ଏହା ବିରୋଧରେ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି କଳିଙ୍ଗ ସେନା ମହାସଚିବ ବିଜୟ ରାଜ ।

ଓଡିଶା ନାରୀ ସେଚତନ ମଞ୍ଚର ଅଧ୍ୟକ୍ଷ ଡଲି ରଥ ଏନେଇ କହିଛନ୍ତି ଯେ ଏହି ମେଳା ଏକ ଧାର୍ମିକ ମେଳା ଭାବେ ଆୟୋଜିତ ହେଉଛି ଏବଂ ଏଭଳି ନୃତ୍ୟ ପରିବେଷଣ ଏହାର ଅବମାନନା କରୁଛି ।

“ଆମେ ଏହା ବିରୋଧରେ ଦୃଢ ଆପତ୍ତି ଉଠାଉଛୁ, ତଥାପି କିଛି ଲାଭ ହେଉନାହିଁ । ଯଦି ପ୍ରଶାସନ ଏସବୁକୁ ପ୍ରୋତ୍ସାହିତ କରୁଛି, ତାହେଲେ ଯାତ୍ରା ପାର୍ଟିର ଗେଟରେ ଆୟୋଜକମାନେ କେବଳ ବୟସ୍କଙ୍କ ଲାଗି ଉଦ୍ଦିଷ୍ଟ (ଆଡଲ୍ଟ) ଲେଖିଦିଅନ୍ତୁ” ବୋଲି ସେ କହିଛନ୍ତି ।

ସେହିପରି ଗତବର୍ଷ ଅଶ୍ଲୀଳ ନୃତ୍ୟ ପରିବେଷଣ କରି ସମାଲୋଚନାର ଶୀକାର ହୋଇଥିବା ଅଭିନେତ୍ରୀ ଜଣକ ପ୍ରଶାସନର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି “ ଯାତ୍ରାରେ ନଗ୍ନ ନୃତ୍ୟ ପ୍ରଦର୍ଶନ ଯୋଗୁଁ ମୋତେ ଓ ଯାତ୍ରା ସଚ୍ଚିନାନନ୍ଦମକୁ ବ୍ୟାନ୍ କରାଯାଇଥିବା ବେଳେ ଚଳିତ ବର୍ଷ କିଭଳି ଏମିତି ନୃତ୍ୟ ପରିବେଷିତ ହେଉଛି ।

ଗତବର୍ଷ ଫେବୃଆରୀ ମାସରେ ତତ୍କାଳୀନ ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଥିଲେ ଯେ ଆସନ୍ତା ବର୍ଷ ମେଳା ଅବସରରେ ଅଶ୍ଲୀଳ ନୃତ୍ୟ ପରିବେଷଣ ଉପରେ ପ୍ରତିବନ୍ଧକ ଲଗାଯିବ ।

Leave A Reply

Your email address will not be published.