Latest Odisha News

BREAKING NEWS

ଜାଣନ୍ତୁ, କର୍ପୂର ତେଲର ଅଦ୍ଭୂତ ଔଷଧିୟ ଗୁଣ ସମ୍ପର୍କରେ…

ଭୁବନେଶ୍ୱର: ପ୍ରାୟତଃ ପୂଜାପର୍ବରେ କର୍ପୂର ତେଲ ବ୍ୟବହାର ହେଉଥିବା ଆମେ ଦେଖିଥିବା । କିନ୍ତୁ ଏହି ତେଲରେ ଥିବା ଔଷଧିୟ ଗୁଣ ସମ୍ପର୍କରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ତେଲରେ ଆଣ୍ଟି-ବ୍ୟାକ୍ଟେରିୟାଲ ଗୁଣ ରହିଥାଏ, ଯାହା ସୁନ୍ଦରତା ସମସ୍ୟା ସହ ଜଡିତ ସମସ୍ୟା ସମାଧାନ ପାଇଁ ବ୍ୟବହାର କରାଯାଏ।

ଗୋଇଠି ଫଟା ଦାଗରୁ ମୁକ୍ତି

ଏକ ପାତ୍ରରେ କିଛି ଗରମ ପାଣି ନିଅନ୍ତୁ। ଏଥିରେ ୭ରୁ ୮ବୁନ୍ଦା କର୍ପୂର ତେଲ ପକାନ୍ତୁ।

ସେହି ପାଣିରେ ୧୦ରୁ ୧୫ ମିନିଟ୍ ଯାଏଁ ଗୋଡ ବୁଡାଇ ରଖନ୍ତୁ। ସପ୍ତାହରେ ଏଭଳି ୨ ଥର କରିବା ଦ୍ଵାରା ଆପଣଙ୍କ ଗୋଇଠିରେ ଥିବା ଫଟା ଦାଗ ଦୂର ହୋଇଯିବ ଏବଂ ପାଦ ଚିକ୍କଣ ମଧ୍ୟ ରହିବ।

କେଶ ଝଡିବା କମ୍ କରେ

କର୍ପୂର ତେଲ କେଶରେ ଲଗାଇବା ଦ୍ଵାରା ଆପଣଙ୍କର କେଶ ବଢେ, ଗହଳ ହୁଏ ଏବଂ ଝଡିବା କମ୍ କରେ। ତେଣୁ ୭ରୁ ୮ ବୁନ୍ଦା କର୍ପୂର ତେଲକୁ କିଛି ଦହି ସହ ମିଶାଇ ଲଗାନ୍ତୁ। ଦେଖିବେ ଅଳ୍ପ କିଛି ଦିନ ମଧ୍ୟରେ ଆପଣଙ୍କର କେଶ କଳା, ଘନ ଓ ଲମ୍ବା ହେବ।

ଘରେ କିପରି ପ୍ରସ୍ତୁତ କରିବେ କର୍ପୂର ତେଲ:

କର୍ପୂର ଖୁବ୍ ସହଜରେ ଘରେ ପ୍ରସ୍ତୁତ କରି ହେବ।

ପ୍ରଥମେ ନଡିଆ ତେଲରେ କିଛି କର୍ପୂର ଟୁକୁଡା ପକାନ୍ତୁ। ଏହାକୁ ଏକ ଏୟାର ଟାଇଟ ବୋତଲରେ ରଖି ଦିଅନ୍ତୁ। କର୍ପୂର ଭଲ ଭାବରେ ମିଶି ଯିବା ପରେ ଏହାକୁ ଆପଣ ବ୍ୟବହାର କରି ପାରିବେ।

Leave A Reply

Your email address will not be published.