Latest Odisha News

BREAKING NEWS

ମାଲକାନଗିରିରେ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଶୁକ୍ରବାର ରାତିରେ ପୋଲିସ ନିକଟରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛି।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାମ ମାଡକାମୀ ଦୁଲା ବୋଲି ଜଣାପଡିଛି ।

ସେ ଆନ୍ଧ୍ର-ଓଡିଶା ସୀମା ସମିତିର ଏକ କ୍ୟାଡର ମାଓବାଦୀ ଥିଲା । କୋରାପୁଟର ମାଲକାନଗିରି ଓ ବୈପାରିଗୁଡାରେ ସୁରକ୍ଷାବଳଙ୍କ ଉପରେ ହୋଇଥିବା ଆକ୍ରମଣରେ ସେ ସାମିଲ ଥିବା ନେଇ ସୂଚନା ମିଳିଛି ।

ପୂର୍ବରୁ ଓଡ଼ିଶା ସରକାର ମାଡକାମୀଙ୍କ ନାମରେ ଅନେକ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।

Leave A Reply

Your email address will not be published.