Latest Odisha News

BREAKING NEWS

ମହାଳୟା ତିଥିରେ କାହିଁକି କରାଯାଏ ପିଣ୍ଡଦାନ, ଜାଣନ୍ତୁ

ଆଜି ଅମାବାସ୍ୟା। ଅମାବାସ୍ୟା ତିଥି ମନୁଷ୍ୟର ଜନ୍ମକୁଣ୍ଡଳୀରେ ଥିବା ପିତୃଦୋଷ-ମାତୃଦୋଷରୁ ମୁକ୍ତ କରିବା ସହ ପିଣ୍ଡଦାନ,ଶ୍ରାଦ୍ଧ ନିମନ୍ତେ ଫଳଦାୟକ ବୋଲି କୁହାଯାଇଥାଏ। ଶାସ୍ତ୍ରରେ ଏହି ତିଥିକୁ ‘ସର୍ବପିତୃ ଶ୍ରାଦ୍ଧ’ ତିଥି ବୋଲି କୁହାଯାଇଥାଏ।

ଭାରତୀୟ ପୁରାଣ ଶାସ୍ତ୍ର ଓ ଗ୍ରନ୍ଥ ଅନୁସାରେ ଆଜିର ଦିନରେ ଆମ୍ଭର ପିତୃ ପୁରୁଷଙ୍କୁ ପିଣ୍ଡ, ଅନ୍ନ ଓ ଜଳ ଆଦି ଅର୍ପଣ କରାଯାଇଥାଏ । ପିତୃପକ୍ଷରେ ପୃଥିବୀବାସୀ ସେମାନଙ୍କ ପୂର୍ବଜଙ୍କ ଉଦ୍ଦେଶ୍ୟରେ କରୁଥିବା ଶ୍ରାଦ୍ଧ ଓ ତର୍ପଣ ସେମାନଙ୍କ ପରଲୋକ ଯାତ୍ରାକୁ ସୁଗମ କରୁଥିବାର ବିଶ୍ୱାସ ରହିଛି । ତେବେ ଜାଣନ୍ତୁ ପିତୃପକ୍ଷ ଶ୍ରାଦ୍ଧ ଓ ତର୍ପଣର କ’ଣ ରହିଛି ନିୟମ…

ଗରୁଡ ପୁରାଣ ଅନୁସାରେ ଯେଉଁ ପୂର୍ବଜମାନେ ପୃଥିବୀରୁ ପରଲୋକ ଗମନ କରିଯାଇଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ସନ୍ତାନସନ୍ତତି ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦାରୁ ଅମାବାସ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଜଳ, ତିଳ ଓ ଫୁଲ ତର୍ପଣ କରିବା ଆବଶ୍ୟକ। ଯଦି ଏହି ଦିନମାନଙ୍କରେ କାହାର ପିତା ବା ମାତାଙ୍କ ପରଲୋକ ହୋଇଥାଏ ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧଦାନ କରାଯିବା ସହ ସାମର୍ଥ୍ୟ ଅନୁସାରେ ବ୍ରାହ୍ମଣଙ୍କୁ ଭୋଜନ ଦେଲେ ପିତରଙ୍କ ଆତ୍ମା ସନ୍ତୁଷ୍ଟ ହୋଇଥାଏ।

ଏହି ପକ୍ଷରେ ଆପଣ ଆମନ୍ତ୍ରିତ କରୁଥବା ବ୍ରହ୍ମଣଙ୍କୁ କେବଳ ଭୋଜନ କରାଯାଇପାରେ, କିନ୍ତୁ ଦକ୍ଷିଣା ପ୍ରଦାନ କରାଯାଏନା। ତେବେ ଯେଉଁ ବ୍ରାହ୍ମଣ ତର୍ପଣ ଓ ପୂଜନ କରାନ୍ତି କର୍ମ ଲାଗି କେବଳ ତାଙ୍କୁ ଦକ୍ଷିଣା ପ୍ରଦାନ କରାଯାଏ। ତେବେ ଆସନ୍ତୁ ଜାଣିବା ପିତୃପକ୍ଷ ତର୍ପଣର ବିଧି।

ପିତୃପୁରୁଷ ବା ପିତର ଙ୍କୁ ଜଳାର୍ପଣର ବିଧିକୁ ‘ତର୍ପଣ’ କୁହାଯାଏ। ଏଥିଲାଗି ହାତରେ କୁଶ ନେଇଦୁଇ ହାତକୁ ଯୋଡି ପିତରଙ୍କୁ ସ୍ମରଣ କରାଯାଏ । ପିତରଙ୍କୁ ସ୍ମରଣ କରିବା ପରେ ଆଞ୍ଜୁଳି ପୂର୍ଣ୍ଣ ଜଳ ଧରି ଏହି ମନ୍ତ୍ରକୁ ଥରଟିଏ ପାଠ କରାଯାଏ ।
“।। ଓଁ ଆଗଛନ୍ତୁ ମେ ପିତର ଏବଂ ଗ୍ରହନ୍ତୁ ଜଲାଂଜଲିମ ।।”

ଏହା କରିବା ଦ୍ୱାରା ପିତର ଆପଣଙ୍କ ହସ୍ତରୁ ଜଳଗ୍ରହଣ କରି ତୃପ୍ତ ହୋଇଥାନ୍ତି। ଏହି ସମୟରେ ପରଲୋକଗତ ପିତାଙ୍କୁ ମଧ୍ୟ ଜଳାର୍ପଣ କଯାଇଥାଏ । ଏଥିଲାଗି ସାଙ୍ଗରେ ଗଙ୍ଗାଜଳ ଅଥବା କୂପପୁଷ୍କରିଣୀର ଜଳକୁ ବ୍ୟବହାର କରିହେବ।

ତେବେ ଏଥିରେ ଗୋ ଦୁଗ୍ଧ, ତିଳ ଓ ଜଅ ମିସାଇ ଅର୍ପଣ କରିବାକୁ ହୁଏ। ଏଥିଲାଗି ଏହି ମନ୍ତ୍ର ଉଚ୍ଚାରଣ ପୂର୍ବକ ଜଳଦାନ କରାଯାଏ।

ନିଜ ଗୋତ୍ରନାମ ଉଚ୍ଚାରଣ ପୂର୍ବକ ପିତାଙ୍କ ନାମରେ ଶର୍ମା ଲଗାଇ ବସୁରୂପତ୍ ତୃପ୍ୟତମିଦଂ ତିଲୋଦକମ ଗଙ୍ଗାଜଲମ ବା ତସ୍ମୈ ସ୍ୱଧା ନମଃ, ତସ୍ମୈ ସ୍ୱଧା ନମଃ, ତସ୍ମୈ ସ୍ୱଧା ନମଃ ଉଚ୍ଚାରଣ ପୂର୍ବକ ଦୁଗ୍ଧମିଶ୍ରିତ ଜଳ,ତିଳ ଓ ଜଅ ଅର୍ପଣ କରାଯାଏ। ଏହାପରେ ମନନ କରିବାକୁ ପଡ଼େ ଯେ, ବସୁ ରୂପରେ ପିତା ଜଳଗ୍ରହଣ କଲେ। ସେହିପରି ପ୍ରପିତା, ମାତା ଓ ପ୍ରମାତାଙ୍କୁ ମଧ୍ୟ ଗୋତ୍ର ଉଚ୍ଚାରଣ ପୂର୍ବକ ସେମାନଙ୍କ ନାମରେ ଶର୍ମା ଲଗାଇ ବସୁରୂପତ୍ ତୃପ୍ୟତମିଦଂ ତିଲୋଦକମ ଗଙ୍ଗାଜଲମ ବା ତସ୍ମୈ ସ୍ୱଧା ନମଃ, ତସ୍ମୈ ସ୍ୱଧା ନମଃ, ତସ୍ମୈ ସ୍ୱଧା ନମଃ ଉଚ୍ଚାରଣ ପୂର୍ବକ ଦୁଗ୍ଧମିଶ୍ରିତ ଜଳ,ତିଳ ଓ ଜଅ ଅର୍ପଣ କରାଯାଇଥାଏ ।

Leave A Reply

Your email address will not be published.