Latest Odisha News

BREAKING NEWS

କାଳିଆର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ, ଏମସକୁ ଚିଠି ଲେଖିଲେ ଏସସିବି କର୍ତ୍ତୃପକ୍ଷ

କଟକ: କଟକ ବଡ ମେଡିକାଲରେ ଚିକିତ୍ସାରତ ଯମଜ ଶିଶୁଙ୍କ ମଧ୍ୟରୁ କାଳିଆର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଶନିବାର ଦିନ ନୂଆଦିଲ୍ଲୀ ସ୍ଥିତ ଏମସ ମେଡିକାଲକୁ ଚିଠି ଲେଖି ସହାୟତା ଲୋଡିଛନ୍ତି ଏସସିବି ଡାକ୍ତରୀଦଳ ।

ଗଣମାଧ୍ୟମକୁ ସୂଚନା ଦେଇ ଏସସିବି ଅଧିକ୍ଷକ ଡ. ସିବିକେ ମହାନ୍ତି କହିଛନ୍ତି ଯେ, କାଳିଆକୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ଯଥାଶୀଘ୍ର ତା’ର ଚିକିତ୍ସା କରିବା ଲାଗି ଡାକ୍ତର ଦୀପକ ଗୁପ୍ତା ଓ ରାକେଶ ଲୋଧାଙ୍କୁ ତୁରନ୍ତ କଟକ ପଠାଇବା ଲାଗି ଏମସକୁ ଚିଠି କରାଯାଇଛି ।

ଏସସିବିର ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦଙ୍କ ସୂଚନାନୁଯାୟୀ ଗତକାଲି ରାତିରେ କାଳିଆର ସ୍ୱାସ୍ଥବସ୍ଥା ବିଗିଡିବାରୁ ତାକୁ ଭେଣ୍ଟିଲେଟରରେ ରଖାଯାଇଛି ।

ଗତ ସେପ୍ଟେମ୍ବର ୬ ତାରିଖରେ ଓଡିଶା ଫେରିବା ନେଇ ଏମସ୍ କର୍ତ୍ତୃପକ୍ଷ ଉଭୟ ଜଗା-କାଳିଆଙ୍କୁ ମେଡିକାଲରୁ ଡିସଚାର୍ଜ କରିଥିଲେ । ତା’ପର ଦିନ ଦୁହେଁ କଟକ ବଡ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତ ହୋଇଥିଲେ ଏବଂ ଏସସିବିର ୬ଜଣ ବିଶେଷଜ୍ଞ ଡାକ୍ତରମାନଙ୍କ ନିରୀକ୍ଷଣରେ ଉଭୟ ଚିକିତ୍ସାରତ ।

ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାର ମିଲିପଡା ଗ୍ରାମରେ ରହୁଥିବା ଏହି ଦୁଇ ମୁଣ୍ଡଯୋଡା ଯାଆଁଳା ଶିଶୁ ଚିକିତ୍ସା ନିମନ୍ତେ ୨୦୧୭ ମସିହା ଜୁଲାଇ ମାସରେ ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିଲେ । ପରେ ସେହିବର୍ଷ ଅକ୍ଟୋବର ୨୫ ତାରିଖରେ ପ୍ଲାଷ୍ଟିକ ସର୍ଜରୀ, ନ୍ୟୁରୋ ଆନେସ୍ଥେସିଆ ଓ ନ୍ୟୁରୋସର୍ଜରୀ ବିଭାଗର ପାଖାପାଖି ୩୦ ଜଣ ସ୍ପେଶାଲିଷ୍ଟ୍ ଡକ୍ଟର ପ୍ରାୟ ୧୧ ଘଣ୍ଟାର ମାରାଥନ୍ ଅପରେସନ ପରେ ସଫଳତାର ସହ ଯୋଡାମୁଣ୍ଡକୁ ଅଲଗା କରିପାରିଥିଲେ ।

Leave A Reply

Your email address will not be published.