ନୂଆଦିଲ୍ଲୀ : ୱାକଫ ବିଲ୍ ସଂପର୍କରେ ରାଜ୍ୟସଭାରେ ଆଲୋଚନା ବେଳେ ହଠାତ୍ ନେତାଙ୍କ କଥା କଟାକଟି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା । କଂଗ୍ରେସ ସାଂସଦଙ୍କଠାରୁ କଥା ଆରମ୍ଭ ହୋଇଥିବା ବେଳେ ନିର୍ମଳାଙ୍କ କ୍ରୋଧରେ କଥା ଶେଷ ହୋଇଥିଲା । କଂଗ୍ରେସ ସାଂସଦଙ୍କ କଥା ସରୁସରୁ ବିଜେପି ସାଂସଦ ରାଧାମୋହନ ଦାସ ଅଗ୍ରୱାଲଙ୍କ ଆଲୋଚନା ଆରମ୍ଭ ହୋଇଥିଲା ।
ନାସିର ହୁସେନଙ୍କୁ ଟାର୍ଗେଟ କରି ରାଧାମୋହନ କହିଥିଲେ ଯେ ତାଙ୍କ ଉପସ୍ଥିତିରେ କର୍ଣ୍ଣାଟକ ବିଧାନସଭାରେ ‘ପାକିସ୍ତାନ ଜିନ୍ଦାବାଦ’ର ନାରା ଲାଗିଥିଲା । ସାଂସଦଙ୍କ ଏହି ଉକ୍ତି ପରେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ଅଭିଯୋଗ ଆଣିଥିଲେ ଯେ ରାଧାମୋହନ ବ୍ୟକ୍ତିଗତ ଭାବେ ଟାର୍ଗେଟ କରିଛନ୍ତି, ଯାହା ରାଜ୍ୟସଭାର ନିୟମବିରୁଦ୍ଧ। ଏକଥା ଶୁଣୁଶୁଣୁ ନିଜ ଦଳର ସାଂସଦଙ୍କ ସପକ୍ଷରେ କଡ଼ା ଯୁକ୍ତି ରଖିଥିଲେ ଗୃହମନ୍ତ୍ରୀ ଅମିତ ଶାହ ।
ଏଇ କଥାକୁ ନେଇ ଗୃହ ମଧ୍ୟରେ ଜୋରଦାର ହୋହଲ୍ଲା କରିଥିଲେ ବିରୋଧୀ । ବିରୋଧୀଙ୍କ କଥା ଶୁଣି ହଠାତ୍ ରାଗିଯାଇଥିଲେ ଅର୍ଥମନ୍ତ୍ରୀ ନିର୍ମଳା । ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଥିଲେ । ଶେଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କ ହସ୍ତକ୍ଷେପ ପରେ ଗୃହ ସ୍ବାଭାବିକ ଭାବେ ଚାଲିଥିଲା । ଗୃହର ଏପରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ବି ଟିଭି ପରଦାରେ ଦର୍ଶକ କିନ୍ତୁ ଏହି ଦୃଶ୍ୟକୁ ବେଶ୍ ଉପଭୋଗ କରିଥିଲେ ।
BREAKING NEWS
- Global arms smuggling network:ଦିଲ୍ଲୀରେ ଚୀନ୍, ଜର୍ମାନୀ ଏବଂ ତୁର୍କୀରେ ତିଆରି ହାଇଟେକ୍ ଅସ୍ତ୍ରଶସ୍ତ୍ର ଉଦ୍ଧାର;ରହିଛି ପାକ୍ ଲିଙ୍କ, ୧୦ ଗିରଫ
- Project Kusha: ବାୟୁ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ଉପଲବ୍ଧି, ସଫଳ ହେଲା DRDOର ପ୍ରୋଜେକ୍ଟ କୁଶା
- ଓଡ଼ିଶାରେ ପିଏନଜି ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ସହରୀ ଗ୍ୟାସ୍ ଭିତ୍ତିଭୂମି ଅନୁମୋଦନ ପ୍ରକ୍ରିୟା ସରଳୀକୃତ
- ବିଲୁପ୍ତ ହେବ ଲୋହରା ଖଣ୍ଡି ନଦୀ!
- ୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ, ବିକ୍ରି ଅପେକ୍ଷାରେ ଅଛନ୍ତି ୧ ଲକ୍ଷ ୬୩ ହଜାର ଚାଷୀ
- ଏଲପିଜି ବୁକିଂ ନିୟମରେ ହୋଇନି କୌଣସି ପରିବର୍ତ୍ତନ: ସରକାରଙ୍କ ସ୍ପଷ୍ଟୀକରଣ
- B-2 Spirit Stealth Bomber:ଆମେରିକାର ବ୍ରହ୍ମାସ୍ତ୍ର B-2 ବମ୍ବର
- ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ଭାରତର ଦୃଢ଼ ପ୍ରସ୍ତୁତି: ଗ୍ୟାସ, ପେଟ୍ରୋଲ ଏବଂ ସାର ଯୋଗାଣ ପାଇଁ ରଣନୀତି ବିକଶିତ
- Iran turns back Pakistan Ship: ଫେରିଗଲା ପାକିସ୍ତାନୀ ଜାହାଜ, ହରମୁଜ୍ ପ୍ରଣାଳୀ ପାର ହେବାକୁ ଅନୁମତି ଦେଲାନି ଇରାନ
- ସତ ହେଲା କିଙ୍ଗ୍ ଖାନଙ୍କ ଭବିଷ୍ୟବାଣୀ !
Comments are closed.