ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଛି । ଏହି କାରଣରୁ ଭାରତରେ ଅନେକ ଘରୋଇ ବିମାନ ଉଡାଣକୁ ରଦ୍ଦ କରାଯାଇଛି । ସେଥିମଧ୍ୟରେ ଭୁବନେଶ୍ବର-ଦୁବାଇ ବିମାନ ବାତିଲ୍ କରାଯାଇଛି । ଏନେଇ ସୂଚନା ଦେଲେ ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ।
ଭୁବନେଶ୍ୱରରୁ ଦୁବାଇକୁ ସୋମବାର, ବୁଧବାର ଓ ଶୁକ୍ରବାର ସିଧାସଳଖ ବିମାନ ଉଡାଣ ଭରୁଥିବାବେଳେ, ଆଜି ଦୁବାଇକୁ ଉଡ଼ିବାକୁ ଥିବା ବିମାନ ବାତିଲ୍ । ବୁଧବାର ଦୁବାଇକୁ ବିମାନ ଉଡ଼ିବ କି ନାହିଁ କାଲିର ସ୍ଥିତି ଦେଖି ନିଷ୍ପତ୍ତି’ ନିଆଯିବ । କାଲି ଅପଡେଟ୍ ମିଳବା ପରେ ଦୁବାଇ ବିମାନକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।
ସୋମବାର ଦୁବାଇକୁ ବିମାନ ଯିବାର ସିଡ୍ୟୁଲ ଥିବାବେଳେ, ରବିବାର ଏହାକୁ ବାତିଲ କରିଦିଆଯାଇଛି । ଏୟାର ସ୍ପେସ୍ ନଥିବାରୁ ମଧ୍ୟପୂର୍ବ ଅଞ୍ଚଳ ପାଇଁ ବିମାନ ସେବା ବନ୍ଦ ରହିଛି । ଦୁବାଇ, ଆବୁ ଧାବି, ମାସକଟର୍ ପାଇଁ ଏୟାର ସ୍ପେସ୍ ନାହିଁ । ଗତ ଶୁକ୍ରବାର ଦିନ ଦୁବାଇକୁ ଭୁବନେଶ୍ବରରୁ ଶେଷ ବିମାନ ଉଡାଣ ଭରିଥିଲା ।