Latest Odisha News

BREAKING NEWS

ବାଂଲାଦେଶରେ ଯୁଦ୍ଧ ପରି ସ୍ଥିତି !

ନୂଆଦିଲ୍ଲୀ: ବାଂଲାଦେଶରେ ଶୀଘ୍ର କ୍ଷମତା ପରିବର୍ତ୍ତନ ! ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ସେନା ମୁଖ୍ୟ ଜେନେରାଲ ବକାର ଉଜ ଜମାନ ! ଅନ୍ତରୀଣ ସରକାରଙ୍କ ପାଇଁ ବଢୁଛି ଅଡୁଆ। ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ପଦରୁ ହଟାଇବାକୁ ପ୍ଲାନ୍! ବାଂଲାଦେଶରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ବୈଠକରୁ ମିଳିଲା ବଡ଼ ସଂକେତ। ମହମ୍ମଦ ୟୁନୁସ 2026 ଜୁନ୍ ସୁଦ୍ଧା ନିର୍ବାଚନ କରାଇବାକୁ କହିଥିବା ବେଳେ ଏଥିରେ ସହମତ ହୋଇନାହାନ୍ତି ଜେନେରାଲ ବକାର।

ବିଦା ହେବେ ୟୁନୁସ !

ପୂର୍ବରୁ ଜେନେରାଲ ବକାର ୟୁନୁସଙ୍କୁ ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ବାଚନ କରାଇବାକୁ କହିଥିଲେ। ଯେମିତିକି ଆସନ୍ତା ବର୍ଷ ଆରମ୍ଭରୁ ନିର୍ବାଚିତ ସରକାରକୁ କ୍ଷମତା ଦିଆଯାଇପାରିବ। ଅନ୍ତରୀଣ ସରକାରର ଆଇନଗତ ଆଧାର ମଧ୍ୟ ଦୁର୍ବଳ ରହିଥିବା ଜଣାପଡିଛି। କାରଣ ବାଂଲାଦେଶ ସମ୍ବିଧାନରେ ସରକାର ଯିବାର 90ଦିନ ମଧ୍ୟରେ ନିର୍ବାଚନ ହେବା ଜରୁରୀ। ତେଣୁ ଶୀଘ୍ର ନିର୍ବାଚନ ଉପରେ ଜୋର ଦେବା ସହ ଶେଖ ହସିନା ଓ ଖାଲିଦା ଜିଆଙ୍କ ଦଳକୁ ଏକାଠି ଆଣିବାକୁ ଚାହୁଁଛନ୍ତି ସେନା ମୁଖ୍ୟ। ତେବେ ଯଦି କ୍ଷମତା ହସ୍ତାନ୍ତର କରିବାରେ ଜେନେରାଲ ବକାର ବିଫଳ ହୁଅନ୍ତି, ସେ ବାଂଲାଦେଶ ରାଜନୀତି ଉପରେ ଅସ୍ଥାୟୀ ଭାବେ ନିଜ ନିୟନ୍ତ୍ରଣ ରଖିପାରନ୍ତି।

ବାଂଲାଦେଶ ସଂକଟ

ବାଂଲାଦେଶରେ ସ୍ଥିତି ସଂକଟାପନ୍ନ ରହିଛି। ମହମ୍ମଦ ୟୁନୁସ ସରକାରଙ୍କ ବିରୋଧରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଉଛି। ସରକାରୀ କର୍ମଚାରୀ ଲଗାତର ଦ୍ବିତୀୟ ଦିନରେ ବାଂଲାଦେଶ ସଚ୍ଚିବାଳୟ ଭିତରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରସ୍ତାବିତ ସରକାରୀ ସେବା ସଂଶୋଧନ ବିଲ୍କୁ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରୁଛନ୍ତି। ରାଜସ୍ବ କର୍ମଚାରୀ ଦୁଇ ଦିନ ହେଲା କାମ କରୁନାହାନ୍ତି ତ କାମ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ସରକାରୀ ପ୍ରାଥମିକ ସ୍କୁଲ ଶିକ୍ଷକ।

ଦେଶରେ ଯୁଦ୍ଧ ଭଳି ସ୍ଥିତି

ବାଂଲାଦେଶରେ ଅସ୍ଥିରତା ଦେଖା ଦେଇଥିବା ବେଳେ ମହମ୍ମଦ ୟୁନୁସ ଆଓ୍ବାମୀ ଲିଗର ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇବା ପରଠୁ ଦେଶରେ ଯୁଦ୍ଧ ପରି ସ୍ଥିତି ରହିଥିବା କହିଛନ୍ତି। ଉଭୟ ଦେଶ ଭିତରେ ଓ ବାହାରେ ଯୁଦ୍ଧ ଭଳି ସ୍ଥିତି ଦେଖାଦେଇଛି। ଦେଶବାସୀଙ୍କୁ ନିଜକୁ ବଞ୍ଚାଇବାକୁ ପଡିବ। ତେଣୁ ନିର୍ବାଚନ କରାଇବାକୁ ଆଉ 6ମାସ ଅଧିକ ସମୟ ମାଗିଛନ୍ତି ୟୁନୁସ। ଡିସେମ୍ବର ଜାଗାରେ ଜୁନରେ ନିର୍ବାଚନ କରାଇବାକୁ ସେ କହିଛନ୍ତି। ଆସନ୍ତାବର୍ଷ ଜୁନ୍ 30 ପରେ ସେ ପଦରେ ରହିବେନି ବୋଲି ୟୁନୁସ କହିଛନ୍ତି। ରବିବାର ରାତିରେ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରିଥିଲେ।

ବାଂଲାଦେଶର ବର୍ତ୍ତମାନ ସ୍ଥିତି ପାଇଁ ୟୁନୁସ ଭାରତକୁ ଦାୟୀ କରିଥିବା ରାଜନୈତିକ ଦଳ ନାଗରିକ ଓଇକାର ନେତା ମହମୁଦୁର ରହମାନ ମନ୍ନା କହିଛନ୍ତି। ବାଂଲାଦେଶ ଉପରେ ଭାରତର ଆଧିପତ୍ୟକୁ କେବେବି ସ୍ବୀକାର କରାଯିବନି ବୋଲି ୟୁନୁସ କହିଛନ୍ତି। ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଉପରେ ଲଗାତର ଚାପ ବଢିବାରେ ଲାଗିଛି। ଏହାପରେ ଗତ ସପ୍ତାହରେ ଇସ୍ତଫା ଦେବାକୁ କହିଥିଲେ ୟୁନୁସ।

Comments are closed.