Latest Odisha News

BREAKING NEWS

ସିଏମ୍ ଶିବରାଜ ସିଂଙ୍କ ବଡ଼ ଘୋଷଣା; ମଧ୍ୟପ୍ରଦେଶରେ ୩୦,୦୦୦ ରୁ ଅଧିକ ସହିଦଙ୍କ ପାଇଁ ପ୍ରତିଷ୍ଠା ହେବ ଯୁଦ୍ଧ ସ୍ମାରକୀ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ରାଜ୍ୟରେ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ଆରମ୍ଭ କରିଛନ୍ତି। ଦେଶର ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ନେଇ ଏହି କାର୍ଯ୍ୟକ୍ରମ ସାରା ଦେଶରେ ପାଳନ କରାଯାଉଛି। ୧୫ ଅଗଷ୍ଟ ୨୦୨୨ ରେ ଭାରତର ସ୍ବାଧୀନତାର ୭୫ ବର୍ଷ ପୂରିବ।

ଦେଶର ସ୍ୱାଧୀନତାର ୭୫ ତମ ବାର୍ଷିକୀ ପୂର୍ବରୁ ୭୫ ସପ୍ତାହ ପୂର୍ବରୁ ମୋଦୀ ସରକାର ନିଷ୍ପତ୍ତି ନେଇଛନ୍ତି, ସାରା ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବ ଆୟୋଜିତ ହେବ, ଯାହା ମାଧ୍ୟମରେ ଦେଶଭକ୍ତିର ବାର୍ତ୍ତା ଦିଆଯିବ।

ମଧ୍ୟପ୍ରଦେଶରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ କହିଛନ୍ତି ଯେ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାର ଆନନ୍ଦରେ ରାଜ୍ୟରେ ୩୦,୦୦୦ ରୁ ଅଧିକ ସହିଦଙ୍କ ପାଇଁ ଯୁଦ୍ଧ ସ୍ମାରକୀ ପ୍ରତିଷ୍ଠା କରାଯିବ।

Comments are closed.