Latest Odisha News

BREAKING NEWS

ୱାର୍ଡମେମ୍ବରଙ୍କ ଭତ୍ତା ଟଙ୍କା ହଡପ କରି ରାତିସାରା ଅଟକ ରହିଲେ ପିଇଓ

ବାଲେଶ୍ବର: ମହଙ୍ଗା ପଡିଲା ୱାର୍ଡ ମେମ୍ବରମାନଙ୍କ ଭତ୍ତା ଟଙ୍କା ହଡପ କରିବା । ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଙ୍କୁ ରାତିସାରା ଅଟକ ରଖିଲେ ୱାର୍ଡମେମ୍ବର ମାନେ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ଅନ୍ତର୍ଗତ ମଥାନୀ ପଞ୍ଚାୟତରେ ।

ଖବର ମୁତାବକ, ମଥାନି ପଞ୍ଚାୟତର ୱାର୍ଡ ମେମ୍ବରମାନେ ଦୀର୍ଘ ୭ ମାସର ଭତ୍ତା ଟଙ୍କା ନପାଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାଗବତ ବିଶ୍ୱାଳଙ୍କୁ ପଚାରିଥିଲେ । ଏନେଇ ପିଇଓ ଭାଗବତ ବିଶ୍ୱାଳ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ । ଆଉ ଏହାକୁ ନେଇ ୱାର୍ଡ ମେମ୍ବର ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ପିଇଓ ଚଞ୍ଚକତା କରି ଟଙ୍କା ହଡପ କରିଥିବା ୱାର୍ଡ ମେମ୍ବରମାନେ ଅଭିଯୋଗ ଆଣି ତାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଗତକାଲି ସନ୍ଧ୍ୟାରୁ ତାଲାମାରି ବନ୍ଦ କରି ଦେଇଥିଲେ । ଏପର୍ଯ୍ୟନ୍ତ ଏ ଘଟଣାରେ କୌଣସି ସ୍ଥାୟୀ ସମାଧାନ ହୋଇନଥିବା ସୂଚନା ରହିଛି ।

Leave A Reply

Your email address will not be published.