Latest Odisha News

ମେଲବୋର୍ଣ୍ଣରେ ହେବ ୱାର୍ଣ୍ଣେଙ୍କ ଅନ୍ତିମ ସଂସ୍କାର, ଉପସ୍ଥିତ ହେବ ୧ ଲକ୍ଷ ଲୋକ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ମହାନ ଲେଗ ସ୍ପିନର ଶେନ ୱାର୍ଣ୍ଣେଙ୍କ ପାର୍ଥୀବ ଶରୀରକୁ ଅଷ୍ଟ୍ରେଲିଆ ଅଣାଯାଉଛି । ଥାଇଲାଣ୍ଡର କୋହ ଦ୍ୱୀପରୁ ପ୍ରଥମେ ସୁରତ ଥାନୀ ଏବଂ ପରେ ବ୍ୟାଙ୍କକ ଅଣାଯାଇଥିଲା । ମେଲବୋର୍ଣ୍ଣରେ ହେବାକୁ ଥିବା ୱାର୍ଣ୍ଣେଙ୍କ ଅନ୍ତିମ ସଂସ୍କାରରେ ୧ ଲକ୍ଷରୁ ଅଧିକ ବ୍ୟକ୍ତି ଯୋଗ ଦେବେ । ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏହି ସମୟରେ ଉପସ୍ଥିତ ରହିବେ ।

ମେଲବୋର୍ଣ୍ଣ କେବେ ହେଲେ ୱାର୍ଣ୍ଣେଙ୍କୁ ଭୁଲିପାରିବ ନାହିଁ । ଏଠାକାର ଗ୍ରାଉଣ୍ଡରେ ସେ ଦେଶ ପାଇଁ ଅନେକ କୀର୍ତିମାନ ସ୍ଥାପନ କରିଛନ୍ତି । ପରିବାର ଲୋକ ବିଧିବଦ୍ଧ ଭାବେ ଅନ୍ତିମ ସଂସ୍କାର କରିବା ପରେ ପ୍ରଶଂସକଙ୍କ ଶେଷ ଦର୍ଶନ ପାଇଁ ପାର୍ଥୀବ ଶରୀରକୁ ରଖାଯିବ ।

Comments are closed, but trackbacks and pingbacks are open.