Latest Odisha News

BREAKING NEWS

Revenue department: ରାଜସ୍ବ କର୍ମଚାରୀଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ;ମାଗିଲେ ଛୁଟିରେ ଥିବା ସମସ୍ତ କର୍ମଚାରୀଙ୍କ ତାଲିକା

ଭୁବନେଶ୍ବର: ରାଜ୍ୟରେ ଧାରଣାରତ ରାଜସ୍ଵ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜସ୍ଵ ବିଭାଗ ଚେତାବନୀ ଦେଇଛି। ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ଵ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି। ଏଥିରେ ଛୁଟିରେ ଯାଇଥିବା ସମସ୍ତ କର୍ମଚାରୀଙ୍କ ତାଲିକା ସହ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବରୁ ଛୁଟି ବାତିଲ ସତ୍ତ୍ବେ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି କର୍ମଚାରୀ ।

ସୂଚନାଥାଉକି, ଥରେ ନୁହେଁ ଅମଲା ସଂଘ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜସ୍ବ ମନ୍ତ୍ରୀ ଦୁଇଥର ଚେତାବନୀ ଦେଲେଣି । କିନ୍ତୁ ଏପଟେ ଜିଦରେ ଅଟଳ ଅମଲା ସଂଘ । ୧୫ ଦିନ ହେବ ଦରମା ବୃଦ୍ଧି ଓ କ୍ୟାଡର ପୁନର୍ଗଠନ ଭଳି ୧୦ ଦଫା ଦାବିରେ ଧାରଣା ଦେଉଛନ୍ତି ରାଜସ୍ବ କର୍ମଚାରୀ । ଜିଲ୍ଲାଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ସରକାରୀ କାମ ଠପ୍‌ ହୋଇଯାଇଛି ।

Comments are closed.