Latest Odisha News

BREAKING NEWS

[ଦେଖନ୍ତୁ ଭିଡ଼ିଓ] ବିଗ୍ ବସ୍-୧୪ ରେ ଚର୍ଚ୍ଚିତ ରାଧେ ମା’

ମୁମ୍ବାଇ: ‘ବିଗ୍ ବସ୍ ୧୪’ ରେ ଚର୍ଚ୍ଚିତ ରାଧେ ମା’। ନିର୍ମାତାମାନେ ଏହି ଶୋ ’ପାଇଁ ବିବାଦୀୟ ଗଡୱମ୍ୟାନ୍ ରାଧେ ମା ଆକା ସୁଖଭିନ୍ଦର କୌର।

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ପ୍ରଥମ ସେଲିବ୍ରେଟି ଅନୁସାରେ ରାଧେ ମା’ ବିଗ୍ ବସ୍ ଘରେ ପ୍ରବେଶ କରିବେ ।

ଆହୁରି ମଧ୍ୟ ସେ ସବୁ ସମୟରେ ପିନ୍ଧୁଥିବା ନିଜ ଫେମସ୍ ଲାଲ ରଙ୍ଗର ପୋଷାକ ପିନ୍ଧି ବିଗବସ୍ ଘରକୁ ପ୍ରବେଶ କରିବେ । ଏହାର ପ୍ରୋମୋ ସୋ ନିର୍ମାତାମାନଙ୍କ ଦ୍ୱାରା ସୋସିଆଲ ମିଡିଆରେ ସେୟାର କରାଯାଇଛି। ଏହି ପ୍ରୋମୋରେ ରାଧେ ମା’ ଘର ବୁଲୁଥିବା ଦେଖିବାକୁ ମିଳିଥିଲା।

ରାଧେ ମାଙ୍କ ବ୍ୟତୀତ ଏହି ଶୋ’ର ଅନ୍ୟ ଅଂଶଗ୍ରହଣକାରୀମାନେ ହେଉଛନ୍ତି ଜାନ କୁମାର ସାନୁ, ନିଶାନ୍ତ ସିଂ ମାଲକାନି, ସାରା ଗୁରୁପାଲ, ଏଜାଜ ଖାନ, ରୁବିନା ଦିଲାଇକ, ଅଭିନାଭ ଶୁକ୍ଲା, ନିକ୍କି ତମ୍ବୋଲି, ରାହୁଲ ବୈଦ୍ୟ ଏବଂ ଜସ୍ମିନ ଭାସିନ।

ଆସନ୍ତା ଅକ୍ଟୋବର ୩ରୁ ଏହି ସୋ ପ୍ରାସାରିତ ହେବାକୁ ଯାଉଛି ।

Comments are closed.