Latest Odisha News

BREAKING NEWS

[ଭିଡ଼ିଓ] ବିଜେଡିରେ ମିଶିଲେ ବିଜେପି ନେତା ଧନୁର୍ଜୟ ସିଦ୍ଧୁ

ଭୁବନେଶ୍ବର: ବିଜେଡିରେ ମିଶିଲେ ତେଲକୋଇର ବିଜେପି ନେତା ଧନୁର୍ଜୟ ସିଦ୍ଧୁ । ତେଲକୋଇର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ । ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଧନୁର୍ଜୟ ସିଦ୍ଧୁ ବିଜେଡି ଦଳରେ ଯୋଗ ଦେଇଛନ୍ତି ।

ଧନୁର୍ଜୟ ୨୦୦୪ରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୦୯ ଓ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଭାବେ ତେଲକୋଇ ଆସନରୁ ନିର୍ବାଚନ ଲଢ଼ି ହାରି ଯାଇଥିଲେ । ପରେ ବିଜେପିରେ ଯୋଗଦେଇ ୨୦୧୯ରେ ସେ ତେଲକୋଇ ଆସନରୁ ପ୍ରାର୍ଥୀ ହୋଇଥିଲେ, ହେଲେ ହାରି ଯାଇଥିଲେ । କିଛିଦିନ ପୂର୍ବରୁ ସେ ବିଜେପି ଛାଡ଼ିଥିଲେ, ଆଜି ଧନୁର୍ଜୟ ସିଧୁ ବିଜେଡିରେ ମିଶିଛନ୍ତି ।

 

Leave A Reply

Your email address will not be published.