Latest Odisha News

BREAKING NEWS

ଭାଇରାଲ୍ ହେଲା ବିଜେପି ମୁଖପାତ୍ରଙ୍କ ଉପରକୁ ଜୋତାଫିଙ୍ଗା ଦୃଶ୍ୟର ଭିଡ଼ିଓ

ନୂଆଦିଲ୍ଲୀ : ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟକାର୍ଯ୍ୟାଳୟରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଂସଦ ଜେବିଏଲ୍ ନରସିଂହ୍ମାଙ୍କ ଉପରକୁ ଚପଲ ଫୋପଡା ଯାଉଥିବା ହେବା ଭଳି ଭିଡିଓ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନାନୁଯାୟୀ ସାମ୍ବାଦିକ ସମ୍ମିଳନୀ ଅବସରରେ ଜନୈକ ଆଇନଜୀବି ଜୋତା ଫୋପାଡିଥିବା ନେଇ ଜଣାପଡିଛି । ତେବେ କେଉଁ କାରଣବଶତଃ ସେ ଏଭଳି କାର୍ଯ୍ୟ କରିଛନ୍ତି, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ସାଧ୍ୱୀ ପ୍ରଜ୍ଞା ବିଜେପିରେ ସାମିଲ ହେବା ଏବଂ ମାଲେଗାଁଓ ବିସ୍ଫୋରଣ ସମ୍ପର୍କରେ ସେ ଗଣମାଧ୍ୟମକୁ ସୂଚନା ଦେଉଥିବାବେଳେ ଏଭଳି ଅଘଟଣ ଘଟିଥିବା ନେଇ ସୂଚନା ମିଳିଛି ।

ଆହୁରି ମଧ୍ୟ ଚଳିତ ନିର୍ବାଚନରେ ଭୋପାଲ ଆସନରୁ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ବିପକ୍ଷରେ ବିଜେପି ପକ୍ଷରୁ ସେ ମଇଦାନକୁ ଓହ୍ଲାଇଥିବା ନେଇ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.