Latest Odisha News

BREAKING NEWS

ଦେଖନ୍ତୁ ଭିଡ଼ିଓ: ସାମ୍ବାଦିକଙ୍କ ଗାଡ଼ି ଭାଙ୍ଗିଦେଲା ଦନ୍ତାହାତୀ !

ଅନୁଗୁଳ: ରାସ୍ତା ଉପରେ ନିର୍ଭୟରେ ହାତୀ କରୁଛି ଉତ୍ପାତ । ଜଙ୍ଗଲ ଛାଡ଼ି ରାସ୍ତା ଉପରେ ଖୋଲାଖୋଲି ବୁଲାବୁଲି କରିବା ସହିତ କାର୍ଯ୍ୟରତ ସାମ୍ବାଦିକଙ୍କୁ ଗୋଡ଼ାଇଛି ହାତୀ । ଅନୁଗୁଳରେ ହାତୀ ଉତ୍ପାତ ଯୋଗୁଁ ଖେଳିଯାଇଛି ଆତଙ୍କ । ଫଟୋ ଉଠାଇ ଖବର ସଂଗ୍ରହ କରୁଥିବା ଜଣେ କାର୍ଯ୍ୟରତ ସାମ୍ବାଦିକ ମଧ୍ୟ ହାତୀ ଉତ୍ପାତରୁ ବର୍ତ୍ତିଯାଇ ପାରିନାହାନ୍ତି । ସାମ୍ବାଦିକଙ୍କ ବାଇକକୁ ହାତୀ ଦଳି ଚକଟି ସମ୍ପୂର୍ଣ୍ଣ ଭାଙ୍ଗିଦେଇଥିବାର ଦୃଶ୍ୟ ଭିଡ଼ିଓରେ ରେକର୍ଡ଼ିଂ ହୋଇଛି ।

ଘଣ୍ଟା ଘଣ୍ଟା ଧରି ମାଝି ରାସ୍ତାରେ ବୁଲିବା ସହ ଖବର ସଂଗ୍ରହ କରିବାକୁ ଯାଇଥିବା ଜଣେ ସାମ୍ବାଦିକଙ୍କ ଗାଡି ଭାଙ୍ଗି ଦେଇଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା -ଜରପଡା ରାସ୍ତାରେ । ପୁଟଗାଡିଆ ଗାଁର ଜଣେ ଚାଷୀଙ୍କ ଆମ୍ବ ବଗିଚା ନିକଟ ରାସ୍ତା କଡରେ ହାତୀଟି ସନ୍ଧ୍ୟା ୪ ଟା ବେଳେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା ।

ଫଳରେ ସେହି ରାସ୍ତାରେ ଯିବା ଆସିବା ବନ୍ଦ ରହିବା ସହ ଉଭୟ ପାର୍ଶ୍ଵରେ ଭିଡ ଜମିଥିଲା । ବନ ବିଭାଗ ଓ ହାତୀ ସ୍କ୍ବାର୍ଡ ହାତୀଟିକୁ ଘଉଡାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ହାତୀଟି କୁଆଡେ ଯାଇ ନଥିଲା । ଖବର ପାଇ ଜଣେ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ସେଠାକୁ ଯାଇଥିଲେ । ରାସ୍ତା କଡରେ ମୋଟରସାଇକେଲ ରଖି ସେ ଖବର ସଂଗ୍ରହ କରିବାକୁ ଚେଷ୍ଟା କରୁଥିବା ବେଳେ ହାତୀ ଲୋକଙ୍କୁ ଗୋଡାଇଥିଲା । ଏହି ସମୟରେ ସମ୍ବାଦିକଙ୍କ ମୋଟରସାଇକେଲଟିକୁ କଚାଡି ଭାଙ୍ଗିଦେଇଥିଲା ହାତୀ ।

ପ୍ରାୟ ୩ ଘଣ୍ଟା କାଳ ହାଆଟି ସେହି ରାସ୍ତା ଉପରେ ଉତ୍ପାତ କରିବା ପରେ ସନ୍ଧ୍ୟା ୭ ଟା ପରେ ଜଙ୍ଗଲ ଆଡକୁ ପଳାଇଥିଲା ।

Leave A Reply

Your email address will not be published.