Latest Odisha News

BREAKING NEWS

‘ପରୀକ୍ଷା ପେ ଚର୍ଚ୍ଚା’: ମୋଦୀଙ୍କ ସହ କଥା ହେବେ ଓଡ଼ିଶାର ୨୮ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ଆରମ୍ଭ ହେବ ପ୍ରଧନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା-୨୦୨୦’ କାର୍ଯ୍ୟକ୍ରମ । ନୂଆଦିଲ୍ଲୀର ଟାଲକେଟର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ କଥା ହେବ । ପରୀକ୍ଷା ସମ୍ପର୍କରେ ଆଲୋଚନା କରିବେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାରୁ ୨୮ ଜଣ ଛାତ୍ରଛାତ୍ରୀ ଭାଗ ନେବା ପାଇଁ ବିବେଚିତ ହୋଇଛନ୍ତି । ଏଥିସହ ବିଭିନ୍ନ ଦେଶର ୨ହଜାର ୨ଶହ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିବେ ।

ଗୁରୁବାର କଟକର ମୁଣ୍ଡୁଳୀ ଜବାହାର ନବୋଦୟ ବିଦ୍ୟାଳୟଠାରେ ଆୟୋଜିତ ଏକ ସଭାରେ କେନ୍ଦ୍ର ଆଇଟି ମନ୍ତ୍ରୀ ସଂଜୟ ଧୋତ୍ରେ ଯୋଗଦେଇ ଏହି ବିଷୟରେ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ସେମାନଙ୍କ ନୂଆ ଚିନ୍ତାଧାରା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.