ମୁମ୍ବାଇ: ଏବେ ଚୀନ-ଭାରତ ସୀମାନ୍ତରେ ଉତ୍ତେଜନା ବୃଦ୍ଧି ପାଇ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । କରୋନା ମହାମାରୀର ଯନ୍ତ୍ରଣା ସାରା ବିଶ୍ୱ ଭୋଗୁଥିବା ବେଳେ ଚୀନ ବିଭିନ୍ନ ରାଷ୍ଟ୍ରର ସୀମାରେଖା ନିକଟରେ ଅଯଥା ଉତ୍ତେଜନା ସୃଷ୍ଟି କରୁଛି । ଏହାକୁ ଦୃଷ୍ଟିରେ ରଖି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନାୱତ୍ ଚାଇନା ସାମଗ୍ରୀ ବର୍ଜନ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।
ଇନଷ୍ଟାଗ୍ରାମର ଏକ ଭିଡ଼ିଓ ପୋଷ୍ଟ କରି କଙ୍ଗନା ଲେଖିଛନ୍ତି, “ଇସ୍ ୟୁଧମେ ହିସା ଲେକେ ଭାରତକୋ ଜିତାୟେଙ୍ଗେ ।” ଏହି ଲଢେଇରେ ସାମିଲ୍ ହୋଇ ଆସନ୍ତୁ, ଭାରତକୁ ଜିତାଇବା ।
View this post on Instagram
“We have to stand together, unite, and collectively fight this war against China!” #अब_चीनी_बंद
ଜୁନ୍ ମାସରେ ଭାରତର ଲଦାଖ ସୀମାନ୍ତ ଗଲୱାନ ଉପତ୍ୟକାରେ ଚୀନ ସୈନ୍ୟମାନେ ଭାରତୀୟ ସେନା ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଭାରତୀୟ ସେନା ପଛକୁ ନହଟି ଦେଶମାତୃକା ଲାଗି ଲଢେଇ କରିଥିଲେ । ୨୦ ଜଣ ଭାରତୀୟ ଯବାନ ଏହି ଲଢେଇରେ ସହିଦ ହେବା ସହିତ ଅନେକ ସୈନ୍ୟ ଗୁରୁତର ଭାବେ ଆହତ ହୋଇଥିଲେ । ଭାରତୀୟ ସେନା ଚୀନକୁ ଉଚିତ୍ ଜବାବ ଦେଇ ୫୦ରୁ ଅଧିକ ଚୀନ ସୈନ୍ୟଙ୍କୁ ନିପାତ କରିଥିଲେ । ଭାରତୀୟ ଯବାନଙ୍କ ସାହସିକତାରେ ଆଶ୍ଚର୍ଯ୍ୟଚକିତ ହୋଇ ଚୀନ ସୈନ୍ୟ ଗଲୱାନ ଘାଟୀରୁ ପଛକୁ ହଟିବାକୁ ବାଧ୍ୟ ହୋଇଥିଲେ ।
ଏହାପରେ ଦେଶବ୍ୟାପି ବିଭିନ୍ନ ବ୍ୟାବସାୟିକ ସଂଗଠନ ସମେତ ଅନେକ ସାମାଜିକ ଅନୁଷ୍ଠାନ ଗୁଡ଼ିକ ଚାଇନା ସାମଗ୍ରୀ ବୟକଟ୍ କରିବାକୁ ଆହ୍ୱାନ ଦେଇଥିଲେ ।
କଙ୍ଗନା ଏହି ଭିଡ଼ିଓଟି ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ମାତ୍ରେ ଏହା ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ହଜାର ହଜାର ୟୁଜର୍ସ କଙ୍ଗନାଙ୍କ ଏହି ଭିଡ଼ିଓଟିକୁ ଉଚ୍ଚ ପ୍ରଶଂସା କରିଛନ୍ତି ।
Comments are closed.