Latest Odisha News

କରୋନା ସଂକ୍ରମିତ ପୂର୍ବତଟ ରେଳବାଇର ଚିଫ ଟିକେଟ ଇନ୍ସପେକ୍ଟରଙ୍କ ମୃତ୍ୟୁ

କଟକ: ପୂର୍ବତଟ ରେଳବାଇର ଚିଫ୍ ଟିକେଟ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଛି । କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତ ତିନି ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି ।

ଗତ ୧୪ ତାରିଖରେ ସେ କରୋନାରେ ସଂକ୍ରମିତ ଥିବା ଜଣାପଡିଥିଲା । ଏହାପରେ ତାଙ୍କୁ କଟକ ସ୍ଥିତ ଅଶ୍ୱିନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ଜୁନ୍ ୨୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡି ନାହିଁ ।

Leave A Reply

Your email address will not be published.