Latest Odisha News

BREAKING NEWS

ଦୈନନ୍ଦିନ ଜୀବନରେ ଲାଗି ରହିଥିବା ସମସ୍ୟାକୁ ଦୂର କରିବା ନିମନ୍ତେ ଆପଣାନ୍ତୁ ଏହି ସରଳ ଉପାୟ !

ଭୁବନେଶ୍ୱର: ଦୈନନ୍ଦିନ ଜୀବନରେ କିଛି ନା କିଛି ସମସ୍ୟା ଲାଗି ରହିଥାଏ । ସେଥିମଧ୍ୟରୁ କିଛି ସମାଧାନ ହେଉଥିବା ବେଳେ ଆଉ କିଛିର ସମାଧାନ ଖୋଜି ପାଆନ୍ତି ନାହିଁ ।

ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ କାର୍ଯ୍ୟରେ ସଫଳତା ମିଳିପାରି ନଥାଏ। ଆଶାନୁରୂପକ ସଞ୍ଚୟ ଓ ଅର୍ଥ ରୋଜଗାର ମଧ୍ୟ ହୋଇପାରିନଥାଏ। ଆପଣଙ୍କର ଯଦି ଏଭଳି ସମସ୍ୟା ଲାଗି ରହୁଛି ତେବେ ଆମେ ଆଜି ଆପଣଙ୍କୁ ଏହାର ସରଳ ସମାଧାନ ସମ୍ପର୍କରେ କହିବୁ

ଜୀବନରେ ସୁଖସମୃଦ୍ଧି ଓ ଧନ ବୃଦ୍ଧି ପାଇଁ ପ୍ରତ୍ୟେକ ରବିବାର ଏକ ବଡ଼ ପତ୍ରରେ ନିଜ ମନସ୍କାମନା ଲେଖି ନଦୀ ଜଳରେ ଭସାଇ ଦିଅନ୍ତୁ। ଶ୍ରଦ୍ଧାଭାବ ସହ ଏହି ଉପାୟ କରିବା ଦ୍ୱାରା ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି ।

ଯଦି ଆପଣଙ୍କୁ ଧନ, ବୈଭବ ଓ ଯଶ ଚାହାଁନ୍ତି ତେବେ ରବିବାର ଦିନ ସୂର୍ଯ୍ୟ ଦେବତାଙ୍କ ସାଧନା ନିଶ୍ଚୟ କରନ୍ତୁ। ସୂର୍ଯ୍ୟଦେବଙ୍କୁ ବିଧିବିଧାନ ସହ ପୂଜା କରନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।

ମଙ୍ଗଳବାର ଦିନ ସନ୍ଧ୍ୟାରେ ଅଶ୍ୱତ୍ଥ ବୃକ୍ଷ ତଳେ ଚାରି ମୁଖ କରି ୪ଟି ଦୀପ ଲଗାନ୍ତୁ। ଦୀପ ଗୁଡ଼ିକ ଅଟାରେ ପ୍ରସ୍ତୁତ ହୋଇଥିଲେ ଖୁବ ଶୁଭ। ଏପରି କରିବା ଦ୍ୱାରା ଧନବୃଦ୍ଧି ହୋଇଥାଏ।

ଆର୍ଥିକ ସମସ୍ୟା ଦୂର କରିବା ପାଇଁ ବୁଧବାର ଦିନ ଯେକୌଣସି ପୋଖରୀ ବା ନଦୀ ନିକଟକୁ ଯାଇ ମାଛକୁ ଦାନା ଖାଇବାକୁ ଦିଅନ୍ତୁ।

ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ନିଜ ମୁଣ୍ଡ ପାଖରେ ଏକ ପିତ୍ତଳ ପାତ୍ରରେ ପାଣି ରଖନ୍ତୁ।

ଏହାପର ଦିନ ଉଠି ଏହି ପାଣିକୁ ଢାଳି ଦିଅନ୍ତୁ। ଏହାକରିବା ଦ୍ୱରା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।

Leave A Reply

Your email address will not be published.