Latest Odisha News

BREAKING NEWS

ଦକ୍ଷିଣ ଭାରତରେ ଜଳ ସଙ୍କଟ ଚିନ୍ତାଜନକ

ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ ଜଳସଙ୍କଟ ଚିନ୍ତାଜନକ ସ୍ଥିତିରେ ପଂହଚିଛି । ଜଳ ଭଣ୍ଡାରରେ ଜଳାଶୟର କ୍ଷମତା ୧୭ ପ୍ରତିଶତକୁ ଖସି ଆସିଛି । କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ଏହି ସୂଚନା ଜାରୀ କରାଯାଇଛି । ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, କେରଳ ଓ ତାମିଲନାଡୁରେ ସ୍ଥିତି ଜଟିଳ ରହିଛି । ୪୨ ଜଳାଶୟର କ୍ଷମତା ୫୩.୩୩୪ ବିସିଏମ । ଏବେ ଏହା ୮.୮୬୫କୁ ଖସି ଆସିଛି । ଗତ ବର୍ଷ ଏହି ସମୟରେ ଜଳାଧାରଣ କ୍ଷମତା ୨୯ ପ୍ରତିଶତ ରହିଥିଲା । ୧୦ ବର୍ଷ ମଧ୍ୟରେ ଏଥର ସଙ୍କଟ ତୀବ୍ର ହୋଇଛି । ପୂର୍ବାଂଚଳରେ ସ୍ଥିତି ଅପେକ୍ଷାକୃତ ଭଲ ରହିଛି । ଆସାମ, ଓଡିଶା ଓ ପଶ୍ଚିମବଙ୍ଗ ଏହି ୧୦ ବର୍ଷ ମଧ୍ୟରେ ଜଳ ଭଣ୍ଡାରରେ ଜଳଧାରଣ କ୍ଷମତା ବୃଦ୍ଧି ପାଇଛି ।

ଏହି ସ୍ଥାନରେ ୨୩ ଜଳାଶୟରେ ୨୦.୪୩୦ ବିସିଏମ ଜଳ ରହିବା କଥା । ଏବେ ୭.୮୮୯ ବିସିଏମ ରହିଛି । ଓଭରାଲ ୩୯ ପ୍ରତିଶତ ଜଳ ସୁରକ୍ଷିତ ରହିଛି । ଗତ ବର୍ଷ ଏହା ୩୪ ପ୍ରତିଶତ ରହିଥିଲା । ପଶ୍ଚିମାଂଚଳରେ ବିଶେଷ କରି ଗୁଜରାଟ ଓ ମହାରାଷ୍ଟ୍ରରେ ୩୧.୭ ପ୍ରତିଶତ ଜଳ ରହିଛି । ଗତ ବର୍ଷ ଏହା ୩୮ ପ୍ରତିଶତ ଥିଲା । ଉତରାଂଚଳ ଓ କେନ୍ଦ୍ରାଂଚଳରେ ମଧ୍ୟ ଜଳସ୍ତର ଏବଂ ଗଚ୍ଛିତ ଜଳର ମାତ୍ରା କମିଥିବା ପାରିଲକ୍ଷିତ ହୋଇଛି । ଗ୍ରୀଷ୍ମ ପ୍ରବାହ ବେଳେ ଏହି ସଙ୍କଟ ଜନତାଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି ।

Leave A Reply

Your email address will not be published.