Latest Odisha News

BREAKING NEWS

ପାଣି ନାହିଁ ତ ଭୋଟ୍ ବି ନାହିଁ, ନେତାଙ୍କୁ ଗାଁରେ ପୁରାଇ ଦେବୁନୁ

ଗଞ୍ଜାମ: ବର୍ତ୍ତମାନ ରାଜ୍ୟରେ ନିଆଁ ବର୍ଷୁଛି କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ଯେଉଁଆଡେ ଯିବ ହାହାକାର ମୟ ପରିବେଶ । ଅସହ୍ୟ ତାତିକୁ ଅସମ୍ଭାଳ ଗୁଳୁଗୁଳି । ଏହାରି ଭିତରେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀର ପ୍ରତାପଗିରି ଗ୍ରାମବାସୀ ।

ସବୁବେଳେ ନିର୍ବାଚନ ଆସିଲେ ନେତାଙ୍କର ବହୁ ଭାଷଣବାଜି ଶୁଣିବାକୁ ମିଳିଥାଏ । ଗାଁକୁ ବହୁ ପ୍ରତିଶୃତି ମଧ୍ୟ ଦେଇଥାନ୍ତି । ହେଲେ ତାହା କେବଳ ସେଇ ବାକ୍ ଶବ୍ଦରେ ହିଁ ସୀମିତ ହୋଇ ରହିଯାଏ ଯାହାର ଉଦାହରଣ ଏହି ଗାଁରେ ଦେଖିବାକୁ ମିଳିଛି । ପାଣି ମୁନ୍ଦେ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମଲୋକେ । ପାଇଁ ପାଇଁ ଦୁଇ କିଲୋମିଟର ରାସ୍ତା ଅତିକ୍ରମ କରି ଯିବାକୁ ପଡୁଛି ।

ବାରମ୍ବାର ଉଚ୍ଚପଦସ୍ତ ଅଧିକ୍ରୀଙ୍କୁ ଗୁହାରି କରିବା ସତ୍ତ୍ବେ କୌଣସି ସମାଧାନ ହୋଇନଥିବାରୁ ଯାହାକୁ ବିରୋଧ କରି ପ୍ରତାପଗିରି ଗାଁର ମହିଳାମାନେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି । ବର୍ତ୍ତମାନ ନିର୍ବାଚନ ସମୟ ଚାଲିଥିବାରୁ ଅନେକ ନେତା ମାନଙ୍କର ଆଗମନ ହେଉଛି । ସେମାନେ ନାରାବାଜି ଦେଇଛନ୍ତି ଯେ, ଗାଁରେ ପାନୀୟ ଜଳ ସମସ୍ୟା ସମାଧାନ ନହେଲେ ଏଥର ଭୋଟ୍‌ ଦେବୁନୁ । ଭୋଟ୍ ବର୍ଜନ କରିବାର ଚେତବନୀ ଦେଇଛନ୍ତି ।

Leave A Reply

Your email address will not be published.