Latest Odisha News

BREAKING NEWS

ବଢୁଛି ଜଳ ସ୍ତର; ଖୋଲିଲା ହୀରାକୁଦର ଆଉ ୨ଟି ଗେଟ୍

ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ହୀରାକୁଦ ଜଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଆଜି ପୁଣି ହୀରାକୁଦ ଡ଼୍ୟାମର ଆଉ ୨ଟି ଗେଟ୍ ଖୋଲାଯାଇଛି । ଏହାକୁ ମିଶାଇ ମୋଟ ୪ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ ଚାଲିଛି । ଏନେଇ ହୀରାକୁଦ ଡ଼୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ବାମପଟର ୩ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବାବେଳେ ଡାହଣ ପାର୍ଶ୍ବର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୭୧ ହଜାର ୩୪୩ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି । ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ୍ ରହିଛି ।

Leave A Reply

Your email address will not be published.