Latest Odisha News

ଫୁଲୁଛି ହୀରାକୁଦ ଡ୍ୟାମ୍: ଖୋଲିବ ଗେଟ୍!

ସମ୍ବଲପୁର: ଜଳପୂର୍ଣ୍ଣ ହୋଇଛି ହୀରାକୁଦ ଡ୍ୟାମ୍ । ସକାଳ ୯ଟାରେ ହୀରାକୁଦ ଡ୍ୟାମ୍ ପାଣି ତାର ସର୍ବୋଚ୍ଚ କ୍ଷମତା ଛୁଇଁଛି । ହୀରାକୁଦ ଡ୍ୟାମ୍‌ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଏବେ ଜଳସ୍ତର ୬୧୨.୨୫ ଫୁଟରେ ପହଞ୍ଚିଛି । ଏଥିସହିତ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡକୁ ୫୬, ୩୯୨ ଘନ ଫୁଟ୍ ଜଳ ପ୍ରବେଶ କରୁଛି । ତେବେ ଉପରମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ପୂରିବାରେ ଲାଗିଛି । ଏବେ ଏହାକୁ ନେଇ ଆଶଙ୍କା ଦେଖା ଦେଇଛି କି ପୁଣି ହୀରାକୁଦ ଗେଟ୍ ଖୋଲିପାରେ । ଏହା ଦ୍ବାରା ନଦୀ ନାଳରେ ଜଳସ୍ତର ବଢିପାରେ ।

Comments are closed.