ଢେଙ୍କାନାଳ: ଲଗାଣ ବର୍ଷା କାରଣରୁ ବ୍ରାହ୍ମଣୀ ଓ ରାମିଆଳ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ନଦୀରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ଭୁବନ ଓ ଗନ୍ଦିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ଆଶଙ୍କାରେ ଅଛନ୍ତି ତଳିଆ ଅଞ୍ଚଳବାସୀ। ବନ୍ୟାଜଳରେ ଭୁବନ ବ୍ଳକର ଜୟପୁର, କୃଷ୍ଣପୁର ଓ ମାଳପୁରା ଆଦି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଗନ୍ଦିଆ ବ୍ଲକର କଙ୍କା ଗାଁ ପାଣିଘେରରେ ରହିଛି। ଏହାସହ ଅନେକ ଗାଁ ଜଳବନ୍ଦୀ ହୋଇ ରହିଛି । ମୁଖ୍ୟ ରାସ୍ତାରେ ଉପରେ ଚାଲିଛି ୪ ଫୁଟର ବନ୍ୟାଜଳ ।
Comments are closed.