Latest Odisha News

BREAKING NEWS

କୋଭିଡ୍ ଟେଷ୍ଟିଂରେ ଆଗରେ ଓଡ଼ିଶା: ଗୋଟିଏ ଦିନରେ ରେକର୍ଡ ୬୮ ହଜାର ନମୁନା ପରୀକ୍ଷା

ଭୁବନେଶ୍ୱର: ୩୨ରୁ ୪୨, ତାପରେ ୫୦ ହଜାର । ଏବେ ପ୍ରତିଦିନ ୬୦ ହଜାରରୁ ଅଧିକ । ରାଜ୍ୟରେ ବଢ଼ି ଚାଲିଛି କୋଭିଡ୍ ଟେଷ୍ଟିଂ । ରେକର୍ଡ ସ୍ତର ଛୁଇଁଛି । ଗୋଟିଏ ଦିନରେ ୬୮ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୮ ହଜାର ୯୦ କୋଭିଡ୍ ଟେଷ୍ଟିଂ କରାଯାଇଛି । ଯାହାକି ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ ।

ଗତ ୨୪ ଘଣ୍ଟାରେ ୭ ହଜାର ୨୮୮ଟି RT-PCR, ଆଣ୍ଟିଜେନରେ ୬୦ ହଜାର ୮୮୬ ଓ ୧୧୬ଟି ଟ୍ରୁନଟ ଟେଷ୍ଟ ହୋଇଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୦ ହଜାର ୭୧୯ ନମୁନା ପରୀକ୍ଷା କରାଯାଇଛି ।

ଅଗଷ୍ଟରେ ୧୦ ଲକ୍ଷ କୋଭିଡ୍ ଟେଷ୍ଟ
ଅଗଷ୍ଟ ମାସରେ ଓଡ଼ିଶାରେ ବଢ଼ିଛି ଟେଷ୍ଟିଂ କ୍ଷମତା । ଚଳିତ ମାସରେ କେବଳ ୧୦ ଲକ୍ଷ ୯ ହଜାର ୯୪୧ କୋଭିଡ୍ ଟେଷ୍ଟ କରାଯାଇଛି । ଅଗଷ୍ଟ ପହିଲାରେ ରାଜ୍ୟରେ ମୋଟ୍ ୫ ଲକ୍ଷ ୪୩ ହଜାର ୩୧୬ ନମୁନା ପରୀକ୍ଷା ହୋଇଥିଲା । ଏହି ସଂଖ୍ୟା ବଢ଼ି ୧୫ ଲକ୍ଷ ୫୦ ହଜାର ଟପିଛି ।

ଗତ ୧୦ ଦିନରେ ୫ ଲକ୍ଷ ନମୁନା ପରୀକ୍ଷା
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୫ ଲକ୍ଷ ୫୩ ହଜାର ୨୫୭ କୋଭିଡ୍ ଟେଷ୍ଟ କରାଯାଇଛି । ଗତ ୧୦ ଦିନ ଭିତରେ କେବଳ ୫ ଲକ୍ଷ ୪୩ ହଜାର ୮୦୩ ନମୁନା ପରୀକ୍ଷା ହୋଇଛି । ଗତ ୧୭ ତାରିଖରେ ରାଜ୍ୟରେ ୧୦ ଲକ୍ଷ ୯ ହଜାର ୫୪ ଟେଷ୍ଟ କରାଯାଇଥିଲା । ଅଧିକ ଟେଷ୍ଟ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । କିନ୍ତୁ ଭାଇରସ୍ ନିୟନ୍ତ୍ରଣ କ୍ଷେତ୍ରରେ ମିଳୁଛି ସଫଳତା ।

Leave A Reply

Your email address will not be published.