Latest Odisha News

BREAKING NEWS

ଫୁଲୁଛି ଜଳକା ଓ ବୈତରଣୀ

ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ଫୁଲୁଛି ବୈତରଣୀ ଓ ଜଳକା ନଦୀ । ଦୁଇ ନଦୀରେ ଆସିଛି ବନ୍ୟା ପାଣି । ନଦୀ ଅବବାହିକାର ତଳି ଅଞ୍ଚଳରେ ପଶିଛି ପାଣି । ବର୍ଷା ପରିମାଣ ବଢୁଥିବାରୁ ଆତଙ୍କିତ ତଳି ଅଞ୍ଚଳର ଲୋକ ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁରଠାରେ ସତର୍କ ସଙ୍କେତ ଉପରେ ବୈତରଣୀ ନଦୀ ପ୍ରବାହିତ ହେଉଛି । ଆନନ୍ଦପୁରଠାରେ ବୈତରଣୀର ସତର୍କ ସଙ୍କେତ ରହିଛି ୩୭.୩୩୪ ମିଟର । ଏବେ ସେଠାରେ ପ୍ରବାହିତ ହେଉଛି ୩୭.୮୪୦ ମିଟର ବନ୍ୟା ପାଣି ।

ଜଳକା ନଦୀ

ସେପଟେ ବାଲେଶ୍ୱର ଜିଲ୍ଲାରେ ବଢୁଛି ଜଳକା ନଦୀର ଜଳସ୍ତର । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବର୍ତ୍ତମାନ ଜଳକା ନଦୀରେ ୬.୪୩ ମିଟର ବନ୍ୟା ପାଣି ପ୍ରବାହିତ ହେଉଛି । ଜଳକାର ବିପଦ ସଙ୍କେତ ରହିଛି ୫.୫ ମିଟର । ଏହାର ପ୍ରଭାବରେ ବସ୍ତା ବ୍ଲକର ସାଙ୍କୁଡି, ବାହର୍ଦ୍ଦା, ଶ୍ରୀରାମପୁର ଆଦି ଅଞ୍ଚଳରେ ବନ୍ୟା ପାଣି ପଶିଛି ।

ବୈତରଣୀ ଓ ଜଳକା ନଦୀର ପାଣି ସ୍ଥାନୀୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଆଗକୁ ଅଧିକ ବର୍ଷା ଥିବାରୁ ସମ୍ଭାବ୍ୟ ପରିସ୍ଥିତି ଉପରେ ନଜର ରଖିଛି ସ୍ଥାନୀୟ ପ୍ରଶାସନ । ବିପନ୍ନଙ୍କୁ ଉଦ୍ଧାର ଓ ରିଲିଫ ସାମଗ୍ରୀ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ ।

Leave A Reply

Your email address will not be published.