Latest Odisha News

BREAKING NEWS

ବାରିପଦା ସହର ଜଳବନ୍ଦୀ, ବିଭିନ୍ନ ଓ୍ୱାର୍ଡରେ ପାଣିର ସୁଅ

ବାରିପଦା: ଲଗାଣ ବର୍ଷାରେ ବାରିପଦା ସହରରେ ଜଳବନ୍ଦୀ ପରିସ୍ଥିତି । ବିଭିନ୍ନ ଓ୍ୱାର୍ଡ ଜଳାର୍ଣ୍ଣବ । ଜରାଳି ଓ ସରାଳି ନଦୀ ଉଛୁଲିଛି ।  ସୃଷ୍ଟି ହୋଇଛି ବନ୍ୟା ଭଳି ପରିସ୍ଥିତି । ଦୁଇ ନଦୀର ଜଳସ୍ତର ବଢ଼ିବାରୁ ବର୍ଷା ପାଣି ସହରରେ ପ୍ରବେଶ କରିଛି ।

ବିଭିନ୍ନ ଓ୍ୱାର୍ଡରେ ପ୍ରବାହିତ ହେଇଛି ପ୍ରବଳ ପାଣି । ବାରିପଦା ସହରର ୩, ୧୦, ୧୫, ୧୬ ଓ ୧୭ ନମ୍ୱର ଓ୍ୱାର୍ଡ ପାଣି ଘେରରେ ରହିଛି । ଲୋକଙ୍କ ଘରେ ପଶିଛି ବର୍ଷା ପାଣି । ଆସବାବପତ୍ର ବୁଡ଼ିଛି ।

ରାତିରେ ହଠାତ୍ ବନ୍ୟା ପାଣି ସହରରେ ପ୍ରବେଶ କରିଥିବାରୁ ଲୋକ ରାତିରେ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଉପଜିଲ୍ଲାପାଳ ଓ ଏଡିଏମ୍ । ସ୍ଥିତି ଉପରେ ଜିଲ୍ଲା ପ୍ରଶାସନ କଡ଼ା ନଜର ରହିଛି ।

Leave A Reply

Your email address will not be published.