Latest Odisha News

BREAKING NEWS

ମାଛକୁଣ୍ଡ ପାୱାର ହାଉସରେ ପଶିଲା ବନ୍ୟା ପାଣି; ବିଦ୍ୟୁତ ଉତ୍ପାଦନ ଠପ୍

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟରେ ଥିବା ମାଛକୁଣ୍ଡ ପାୱାର ହାଉସରେ ପଶିଲା ବନ୍ୟା ଜଳ । ଫଳରେ ବିଦ୍ୟୁତ ଉତ୍ପାଦନ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ଏନେଇ ପାଓ୍ବାର ହାଉସର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ମାଛକୁଣ୍ଡ ପାୱାର ହାଉସରେ ୨ ନମ୍ବର ୟୁନିଟ୍ ଭିତରେ ବନ୍ୟା ଜଳ ପ୍ରବେଶ କରିଛି କର୍ମଚାରୀମାନଙ୍କ ଦ୍ବାରା ବନ୍ୟା ଜଳ ବାହାର କରିବାକୁ ଉଦ୍ୟମ ଚାଲିଛି । ପାଇପ୍ ଲଗାଇ ପାଣି ବାହାର କରିବାକୁ ଚେଷ୍ଟା କରାଯାଉଛି ।

ତେବେ ମାଛକୁଣ୍ଡ ପାୱାର ହାଉସରୁ ଦୈନିକ ୮୦ ମେଗାୱଟ୍ ବିଦ୍ୟୁତ ଉତ୍ପାଦନ ହୁଏ । ଏହା ଆଜି ବନ୍ଦ ହେବା ପରେ ବିଦ୍ୟୁତ୍ ସେବା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି ।

Comments are closed.