Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ସର୍ବଦଳୀୟ ବୈଠକ ଶେଷ ହୋଇଛି । ଏହି ବୈଠକରେ ଛଅଟି ଏଜେଣ୍ଡା ଉପରେ ଆଲୋଚନା ହୋଇଥିବାର ସୂଚନା ମିଳିଛି । ମଦମୁକ୍ତ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଏହି ବୈଠକରେ ପ୍ରସ୍ତାବ ଦେଇଛନ୍ତି ।

ତା’ସହିତ ସରପଞ୍ଚ ଓ ସମିତି ସଭ୍ୟଙ୍କ ଖର୍ଚ୍ଚ ସୀମା ୧ଲକ୍ଷ ୬୦ହଜାରରୁ ୨ଲକ୍ଷ ପର୍ଯ୍ୟନ୍ତ କରିବାକୁ ବିଭିନ୍ନ ରାଜନୈତିକ ଦଳ ଦାବି କରିଛନ୍ତି । ଏହା ପୂର୍ବରୁ ୮୦ହଜାର ଟଙ୍କା ଥିଲା ଖର୍ଚ୍ଚ ସୀମା ।

ଅନ୍ୟପଟେ ଜିଲ୍ଲା ପରିଷଦ ସଭ୍ୟଙ୍କ ଖର୍ଚ୍ଚ ସୀମା ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବଢ଼ାଇବା ଲାଗି ଦାବି ହୋଇଛି । ସେହିପରି ଭୋଟ ଗ୍ରହଣ ସମୟ ଅବଧି ବଢାଇବାକୁ ଦାବି ହୋଇଛି । ସଂଶୋଧିତ ଭୋଟର ତାଲିକାରେ ଯୁବବର୍ଗଙ୍କୁ ସାମିଲ କରିବା ସହ ନକଲି ଭୋଟର କାର୍ଡକୁ ଚିହ୍ନଟ କରି ନାକଚ କରିବାକୁ ଦାବି କରିଛନ୍ତି ବିଭିନ୍ନ ରାଜନୈତିକ ଦଳ।

Leave A Reply

Your email address will not be published.