Latest Odisha News

BREAKING NEWS

ୱାୟନାଡରେ ଲାଗିଲା ପ୍ରିୟଙ୍କାଙ୍କ ପୋଷ୍ଟର : ଲେଖା ଅଛି “ୱାୟନାଡିଣ୍ଟେ ପ୍ରିୟଙ୍କାରୀ”

ନୂଆଦିଲ୍ଲୀ : ପ୍ରିୟଙ୍କା ଗାନ୍ଧୀ କେରଳର ୱାୟନାଡରୁ ନିର୍ବାଚନ ଲଢିବେ। ଏହ ତାଙ୍କ ପ୍ରଥମ ନିର୍ବାଚନ ଏଣ୍ଟ୍ରି। ନିର୍ବାଚନ ଆୟୋଗ ମଙ୍ଗଳବାର ଦିନ ତାରିଖ ଘୋଷଣା କରିବାର କିଛି ଘଣ୍ଟା ମଧ୍ୟରେ ପ୍ରିୟଙ୍କାଙ୍କ ନାମ ଘୋଷଣା କରାଯାଇଥିଲା। ନଭେମ୍ବର ୧୩ରେ  ୱାୟନାଡରେ ନିର୍ବାଚନ ହେବ। ଏହି ଖବର ପବ୍ଲିକ ହେବା ପରେ ପରେ ପ୍ରିୟଙ୍କା ଗାନ୍ଧୀଙ୍କ ପୋଷ୍ଟର ବ୍ୟାନର ଲାଗିଛି। ପୋଷ୍ଟରରେ ଲେଖା ଅଛି “ ୱାୟନାଡିଣ୍ଟେ ପ୍ରିୟଙ୍କାରୀ” । ଏହାର ଅର୍ଥ “ୱାୟନାଡର ପ୍ରିୟ”।

୨୦୧୯ ଲୋକସଭାରେ ରାହୁଲ ଗାନ୍ଧୀ ୱାୟନାଡ ଆସନରୁ ନିର୍ବାଚନ ଲଢି ୪ ଲକ୍ଷ ୩୧ ହଜାର ଭୋଟରେ ଜିତିଥିଲେ। ସେହିପରି ୨୦୨୪ ରେ ଏହି ଆସନରେ ବିଜୟର ଅନ୍ତର ୩ ଲକ୍ଷ ୬୪ ହଜାର ରହିଥିଲା। ଯଦି ପ୍ରିୟଙ୍କା ଗାନ୍ଧୀ ୱାୟନାଡରୁ ନିର୍ବାଚନ ଜିତନ୍ତି ତେବେ ଲୋକସଭାରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଏବଂ ରାଜ୍ୟସଭାରେ ସୋନିଆ ଗାନ୍ଧୀ ରହିବେ। ଅର୍ଥାତ ସଂସଦରେ ୩ ଗାନ୍ଧୀ ରହିବା କଥା ଚର୍ଚ୍ଚା ହେଉଛି।

Comments are closed.