Latest Odisha News

“ଲୋକଙ୍କ ପାଇଁ ଆମେ, ଅଭିଯୋଗ ଆସିଲେ ସବୁ ଅଫିସରେ ପଶିବି”

ଭୁବନେଶ୍ୱର: ‘ଲୋକଙ୍କ ଅଭିଯୋଗ ଆସିଲେ, ଲୋକ ହଇରାଣ ହେଲେ ସେଠି ସବୁ ଅଫିସରେ ପଶିବା ଆମର କର୍ତ୍ତବ୍ୟ। ଆମେ ନିର୍ବାଚିତ ହେଇଛି ଲୋକଙ୍କ ସହ ଛିଡ଼ା ହେବାକୁ, ନ କି ଘରେ ବସିବାକୁ । ଅବକାରୀ ବିଭାଗର ଅଭିଯୋଗ ଆସିବା ପରେ ସେଠାକୁ ଯାଇଥିଲି। ଯାହାକୁ ବିଧାନସଭା ରେ ବି ଉଠେଇଲି ଆଉ ସେଠାକୁ ଯାଇ ଦେଖିଲି ସ୍ଥିତି ପୁରା ଖରାପ। ଗୋଟେ ଜନ ପ୍ରତିନିଧି ହିସାବରେ ମୁଁ ସେଠିକି ଯାଇ ପ୍ରଶ୍ନ କଲି। ସବୁ ନିୟମ ଭିତରେ ରହି ମୁଁ ମୋର କାର୍ଯ୍ୟ କରିଛି’। ଆଜି ଏନ୍ତି କିଛି ଉତ୍ତର ରଖିଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍।

ଏହା ସହିତ ସେ ଏହା ବି କହିଛନ୍ତି ଆଗକୁ ଯେଉଁଠି ଯେଉଁଠି ଏପରି ଅଭିଯୋଗ ଆସିବ ସେଠି ପଶିବିି।

ତେବେ କହିରଖୁଛୁ, ମଙ୍ଗଳବାର କଟକ ସିଡିଏ କୃଷକ ବଜାରଠାରେ ଥିବା ଅବକାରୀ କମିଶନରଙ୍କ କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ହେଲେ କାର୍ଯ୍ୟାଳୟରେ ଯାଇଁ ଦେଖିଲା ବେଳକୁ ବରିଷ୍ଠ ଅଧିକାରୀ ନାହାନ୍ତି । ଫାଇଲ ଉପରେ ଫାଇଲ ପଡିଛି ଚଟାଣ ଉପରେ ପଡ଼ିଛି। କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ଅନୁପସ୍ଥିତି ନେଇ ଅସନ୍ତୋଷ ପ୍ରକାଶ କରିବା ସହ କାର୍ଯ୍ୟାଳୟର ଅବ୍ୟବସ୍ଥିତ ଢଙ୍ଗ ଦେଖି ଉଦବେଗ ପ୍ରକାଶ କରିଥିଲେ ସୋଫିଆ।

Comments are closed.