ଭୁବନେଶ୍ୱର: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ଯେ, ପୀଡ଼ିତାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ନ୍ୟାୟ ମିଳିଲା ନାହିଁ । ପୀଡିତା ଯେତେବେଳେ ହସ୍ପିଟାଲ ଆସିଥିଲେ ନିଜେ ହୁଇଲ ଚେୟାର ବସିକି ଆସିଥିଲେ । ହେଲେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା । ଏବେ ପ୍ରଶ୍ନ ଆସୁଛି ତାଙ୍କୁ କାହିଁକି ଦିଲ୍ଲୀ ଏମ୍ସକୁ ସିଫ୍ଟ କରାଗଲା ବୁଝାପାଡିଲା ନାହିଁ ।
ବିଜେପି ନେତା କହିଲେ ସ୍ୱାସ୍ଥ୍ୟ ଅବସ୍ଥା ଉନ୍ନତି ହେଉଛି । ତେବେ ତାଙ୍କର ମୃତ୍ୟୁ କେମିତି ହେଲା । ପୀଡ଼ିତାଙ୍କ ଷ୍ଟେଟମେଣ୍ଟ ମଧ୍ୟ ୩ ଥରରୁ ଅଧିକ ସମୟ ରେକର୍ଡ ହୋଇଛି । ସେତେବେଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା କିପରି ଥିଲା ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ।
ତେବେ ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଆମେ ଲଢ଼ିବୁ । ଅଗଷ୍ଟ ୧୪ ତାରିଖରେ କଂଗ୍ରେସ ପକ୍ଷରୁ ପଦଯାତ୍ରା ସହ ସାଧାରଣ ସଭା ଆୟୋଜିତ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଶ୍ରୀ ଦାସ ।
ସେ କହିଛନ୍ତି, ପଦଯାତ୍ରା ବାଲେଶ୍ବର ଫକିର ମୋହନ କଲେଜରୁ ବାହାରିବ । ସାଧାରଣ ସଭା ମଧ୍ୟ ଅନୁଷ୍ଠିତ ହେବ । ଏହାପରେ ବଳଙ୍ଗାରୁ ନିମାପଡ଼ା ପର୍ଯ୍ୟନ୍ତ ପଦଯାତ୍ରା କରିବ କଂଗ୍ରେସ । ନିମାପଡାରେ ସାଧାରଣ ସଭା ଅନୁଷ୍ଠିତ ହେବ ।
Comments are closed.