Latest Odisha News

BREAKING NEWS

ଗର୍ଜିଲେ ଅମିତ ଶାହ: ଲଢ଼େଇ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ଖୋଜି ଖୋଜି ମାରିବୁ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ସେମାନେ “ଯୁଦ୍ଧ ଜିତିଛନ୍ତି” ବୋଲି ଭାବନ୍ତୁ ନାହିଁ।ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ତାଙ୍କର ପ୍ରଥମ ସାର୍ବଜନୀନ ମନ୍ତବ୍ୟରେ ଶାହ କହିଛନ୍ତି, “ଲଢ଼େଇ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସେମାନେ (ଆତଙ୍କବାଦୀମାନେ) ୨୭ ଜଣଙ୍କୁ ହତ୍ୟା କରିବା ପରେ ଯୁଦ୍ଧ ଜିତିଛନ୍ତି ବୋଲି ଭାବିବା ଉଚିତ୍ ନୁହେଁ।” ଆତଙ୍କବାଦ ବିରୋଧରେ ମୋଦୀ ସରକାରଙ୍କର ଶୂନ୍ୟ ସହନଶୀଳତା ନୀତି ରହିଛି। ଆମେ ପହଲଗାମ ଆକ୍ରମଣରେ ସାମିଲ ଥିବା ପ୍ରତ୍ୟେକ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବୁ । ସରକାର କାହାକୁ ଛାଡିବ ନାହିଁ।

ସେ କହିଥିଲେ, ” ଏକ କାପୁରୁଷ ଭାବେ ଆକ୍ରମଣ କରି ଭାବୁଛନ୍ତି ସେମାନଙ୍କର ବଡ଼ ବିଜୟ ହୋଇଛି, ତେବେ ଗୋଟିଏ କଥା ବୁଝି ଯାଆନ୍ତୁ,ଏବେ ନରେନ୍ଦ୍ର ମୋଦୀଙ୍କ ସରକାର ଅଛି , କାହାକୁ ମଧ୍ୟ ଛଡ଼ାଯିବ ନାହିଁ। ଆମର ସଂକଳ୍ପ ହେଉଛି ଦେଶର ପ୍ରତି ଇଞ୍ଚ ଇଞ୍ଚରୁ ଆତଙ୍କବାଦକୁ ମୂଳପୋଛ କରିବା ଏବଂ ଏହା ସମ୍ପୂର୍ଣ୍ଣ ହେବ।”

ଅମିତ ଶାହ ଆହୁରି କହିଛନ୍ତି, “ଏହି ଆତଙ୍କବାଦ ବିରୋଧରେ ଲଢ଼େଇରେ ବିଶ୍ୱର ସମସ୍ତ ଦେଶ ଏକଜୁଟ୍ ହୋଇ ଭାରତୀୟଙ୍କ ସହିତ ଠିଆ ହୋଇଛନ୍ତି। ମୁଁ ଏହି ସଂକଳ୍ପକୁ ଦୋହରାଇବାକୁ ଚାହୁଁଛି ଯେ ଯେପର୍ଯ୍ୟନ୍ତ ଆତଙ୍କବାଦର ସମ୍ପୂର୍ଣ୍ଣ ରୂପେ ବିନାଶ ନହୋଇଛି, ସେପର୍ଯ୍ୟନ୍ତ ଆମର ଲଢ଼େଇ ଜାରି ରହିବ ଏବଂ ଯେଉଁମାନେ ଏହାକୁ କରିଛନ୍ତି, ସେମାନଙ୍କୁ ନିଶ୍ଚିତ ଭାବରେ ଉପଯୁକ୍ତ ଦଣ୍ଡ ଦିଆଯିବ।”

ଗୃହମନ୍ତ୍ରୀ ଅମିତ ଶାହ ଆଜି ଏକ କାର୍ଯ୍ୟକ୍ରମରେ କହିଥିଲେ , ଆମେ ନବେ ଦଶକରୁ କାଶ୍ମୀରରେ ଆତଙ୍କବାଦ ଚଳାଇଥିବା ଲୋକଙ୍କ ବିରୁଦ୍ଧରେ ଶୂନ୍ୟ ସହନଶୀଳତାର ନୀତିରେ ଦୃଢ଼ ଭାବରେ ଲଢ଼ୁଛୁ। ଆଜି, ସେମାନେ (ଆତଙ୍କବାଦୀମାନେ) ଏହା ଭାବିବା ଉଚିତ୍ ନୁହେଁ ଯେ , ଆମ ନାଗରିକଙ୍କ ଜୀବନ ନେଇ ଯୁଦ୍ଧ ଜିତିଛନ୍ତି। ମୁଁ ସେମାନଙ୍କୁ ଜଣାଉଛି ଏହା ଲଢେଇର ଅନ୍ତ ନୁହେଁ , ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉପଯୁକ୍ତ ଜବାବ ଦିଆଯିବ ।

Comments are closed.