Latest Odisha News

ଧାରଣ କରନ୍ତୁ ମାଣିକ୍ୟ ରତ୍ନ , ଦୁରେଇ ଯିବ ଏହିସବୁ ସମସ୍ୟା

ଭୁବନେଶ୍ୱର: ସୂର୍ଯ୍ୟଙ୍କର ସବୁଠାରୁ ଶକ୍ତିଶାଳୀ ରତ୍ନ ହେଉଛି ମାଣିକ୍ୟ । ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ମାଣିକ୍ୟକୁ ସବୁଠାରୁ ପ୍ରଭାବଶାଳୀ କୁହାଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାଣିକ୍ୟକୁ ଧାରଣ କଲେ, ଏହାର ପ୍ରଭାବ ତୁରନ୍ତ ଆପଣଙ୍କ ଜୀବନରେ ପଡ଼ିଥାଏ।

ରାଜକୀୟ କାର୍ଯ୍ୟ ଏବଂ ପ୍ରଶାସନିକ କାର୍ଯ୍ୟ ପାଇଁ ମାଣିକ୍ୟ ରତ୍ନ ଧାରଣ କଲେ ଅନେକ ଲାଭ ମିଳିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।

ମାଣିକ୍ୟ ଧାରଣ କଲେ ମାନ ସମ୍ମାନ ବୃଦ୍ଧି ପାଇଥାଏ। ଏହା ସହିତ ବ୍ୟକ୍ତିର ଅନ୍ୟ ଉପରେ ପ୍ରଭାବ ମଧ୍ୟ ଅଧିକ ରହିଥାଏ।

ଏହି ରତ୍ନ ଧାରଣ କରିବା ଦ୍ୱାରା ପରିବାର ଲୋକଙ୍କ ସମ୍ପର୍କ ଭଲ ରହିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ।

ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହି ରତ୍ନ ସକାରାତ୍ମକ ପ୍ରଭାବ ପକାଇଥାଏ। ଯାହା ଯୋଗୁ ମନ ପ୍ରସନ୍ନ ରହିଥାଏ।

ଏହାକୁ ଧାରଣ କରିବା ସମୟରେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।ଏହାକୁ ହାତର ଅନାମିକା ଆଙ୍ଗୁଠି କିମ୍ୱା ବେକରେ ହିଁ ଧାରଣ କରନ୍ତୁ।

ମାଣିକ୍ୟ ରତ୍ନ ସହିତ ଓପଲ୍‌, ନିଲମ୍‌ ଓ ଗୋମେଦ୍‌ ହୀରା ପିନ୍ଧନ୍ତୁ ନାହିଁ।

Comments are closed.