Latest Odisha News

BREAKING NEWS

୩ ଦିନ ଭିଜିବ ଓଡ଼ିଶା ! ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଖୁବ ଶୀଘ୍ର ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ପାଇବେ ରାଜ୍ୟବାସୀ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲିଠାରୁ ତିନି ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ସହ ଜଡ଼ିତ ବାୟୁମଣ୍ଡଳ ମଧ୍ୟ ଭାଗରେ ଥିବା ଟ୍ରଫ ଲାଇନ୍ ସହ ବଙ୍ଗୋପସାଗର ଅଞ୍ଚଳରୁ ବାୟୁମଣ୍ଡଳର ନିମ୍ନ ଭାଗରେ ଜଳୀୟବାଷ୍ପପୂର୍ଣ୍ଣ ପୂର୍ବାଳୀ ବାୟୁ ସଂସ୍ପର୍ଶରେ ପାରସ୍ପରିକ କ୍ରିୟା ଯୋଗୁଁ ଆସନ୍ତା ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ଝଡ଼ ବର୍ଷାର ହେବାର ଆଶଙ୍କା ରହିଛି। ସେହିପରି ୧୬ ଏବଂ ୧୭ ତାରିଖରେ କିଛି ଜିଲ୍ଲାରେ ଘଣ୍ଟାକୁ ୪୦ରୁ ୫୦ କିଲୋମିଟର ପବନ ମଧ୍ୟ ବହିପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଝଡ଼ ପବନ ଆଶଙ୍କା ଥିବାରୁ ୧୩ଟି ଜିଲ୍ଲାକୁ ସତର୍କ କରାଯିବା ସହ ରାଜ୍ୟର ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଛି।

Leave A Reply

Your email address will not be published.