ବ୍ୟୁରୋ: ଆଣ୍ଠୁ ଗଣ୍ଠିରେ କଷ୍ଟ ଅନୁଭବ କରୁଛନ୍ତି କି? ଆଗକୁ ଆସୁଛି ଶୀତଦିନ, ଆଣ୍ଠୁରେ ଆହୁରି ଜମାଟ ବାନ୍ଧିଲା ପରି ଲାଗିପାରେ । ଆଣ୍ଠୁରେ ଦରଜ ଅନୁଭବ କରୁଥିବା ବ୍ୟକ୍ତି ସାଧାରଣତଃ ଶୀତଦିନେ ସକାଳୁ ସକାଳୁ ଆଣ୍ଠୁ ଜମାଟ ବାନ୍ଧିଲା ବା କଠିନ ହେବା ପରି ଅନୁଭବ କରନ୍ତି । ତେବେ ପାଗରେ ପରିବର୍ତ୍ତନ ହେଲେ ଏହି ପୁରୁଣା କଷ୍ଟ ଟ୍ରିଗର୍ ହୋଇଯାଏ । ଏହା ଗଣ୍ଠିବାତ ରୋଗ ବଢିବାର ଲକ୍ଷଣ ନୁହେଁ । ବରଂ ପାଗ ସମ୍ବନ୍ଧୀୟ ପରିବର୍ତ୍ତନ ଗୁଡିକ ଶରୀରରେ ପୂର୍ବରୁ ପ୍ରଭାବିତ ସନ୍ଧିର ସମ୍ବେଦନଶୀଳତାକୁ ପ୍ରଭାବିତ କରେ । ଏହାପଛରେ ପ୍ରକୃତ କାରଣ ଜାଣିଲେ ଏଥିରୁ ଆଶ୍ୱସ୍ତି ମିଳିପାରିବ ।
ଥଣ୍ଡା ତାପମାତ୍ରା ଓ ବାୟୁମଣ୍ଡଳୀୟ ଚାପ ଗଣ୍ଠି ଯନ୍ତ୍ରଣାରକୁ ବଢାଇପାରେ । ଅସ୍ଥିସନ୍ଧିବାତରେ ଆକ୍ରାନ୍ତ ଲୋକ ଥଣ୍ଡା ଏବଂ ଗରମରେ ପ୍ରଭାବିତ ହୁଅନ୍ତି । ଆଣ୍ଠୁର ଚାରିପାଖରେ ଥିବା ଟିସୁ ଏହି ପାଗ ପରିବର୍ତ୍ତନରୁ ବିଶେଷ ପ୍ରଭାବିତ ହୋଇଥାଏ । କେବଳ ଆଣ୍ଠୁ ବୋଲି ନୁହେଁ ଥଣ୍ଡା ପାଣିପାଗ ଆମ ମାଂସପେଶୀ ଚାରିପାଖରେ ଥିବା ଟିସୁକୁ ମଧ୍ୟ ପ୍ରଭାବିତ କରେ । ତେଣୁ ବେଳେ ବେଳେ ଶୀତ ଦିନେ ଶୋଇକି ଉଠିଲା ବେଳେ ମାଂସପେଶୀ ଷ୍ଟିଫ୍ ବା କଠିନ ହେବା ପରି ଅନୁଭବ ହୁଏ । ତେଣୁ ଶୀତଦିନେ ଆଣ୍ଠୁ ଦରଜ କି ମାଂସପେଶୀ କଠିନ ପରି ଅନୁଭବ ହେଲେ ବସି ରହିବା ଠିକ୍ ନୁହେ ାଁ ଯେତିକି ଚଳପ୍ରଚଳ କରିବ ସେହି ଅନୁପାତରେ କଷ୍ଟ କମ୍ ହେବ । ନଚେତ୍ ବସି ରହିଲେ ଦରଜ ନିରନ୍ତର ଭାବେ ରହିବ ବୋଲି ବିଶେଷଜ୍ଞ ମତ ରଖନ୍ତି । ଆଉ ଏକ ଗୁରୁତ୍ୱପୂଣ୍ଣ ର୍ କଥା ହେଉଛି ଥଣ୍ଡା ପାଗ ଆଣ୍ଠୁ ଯନ୍ତ୍ରଣା କିମ୍ବା କାର୍ଟିଲେଜ କ୍ଷତିକୁ ବଢାଏନି । ଅଷ୍ଟିଓଆନ୍ଥ୍ରାଇଟିସ୍ ଧିରେ ଧିରେ ହାଡର ଶେଷ ଭାଗକୁ କୁଶନ କରୁଥିବା ସୁରକ୍ଷାତ୍ମକ କାର୍ଟିଲେଜକୁ କ୍ଷତି ପହଂଚାଏ । ଅବସ୍ଥା ବଢିବା ସହ ଲୋକ ଯନ୍ତ୍ରଣା, କଠିନତା ଫୁଲା କିମ୍ବା ପ୍ରଭାବିତ ସନ୍ଧିକୁ ଗତି କରିବାରେ କଷ୍ଟ ଅନୁଭବ କରନ୍ତି । ଯେତେବେଳେ କାର୍ଟିଲେଜ୍ କ୍ଷୟ ହୋଇଚାଲେ ସେତେବେଳେ ପାଗରେ ପରିବର୍ତ୍ତନ କଷ୍ଟର ମାତ୍ରାକୁ ବଢାଇଥାଏ ।
ସମସ୍ତେ ସମାନ ପ୍ରଭାବ ଅନୁଭବ କରନ୍ତିନାହିଁ । ପାଣିଗାରରେ ପରିବର୍ତ୍ତନ ଓ ଆଣ୍ଠୁ ଗଣ୍ଠିରେ ଦରଜ ଉଭୟଙ୍କ ଭିତରେ ସଂଯୋଗ ରହିଛି । ସବୁ ଅଧ୍ୟୟନରେ ଏହା ସମାନ ଫଳ ଦେଇନି । ୨୦୦୭ରେ ହୋଇଥିବା ଅଧ୍ୟୟନରେ ୨ଶହ ଲୋକଙ୍କୁ ନେଇ ପରୀକ୍ଷଣ କରାଯାଇଥିଲା । ଗବେଷକମାନେ ବାୟୁମଣ୍ଡଳୀୟ ଚାପ, ତାପମାତ୍ରା ଏବଂ ଯନ୍ତ୍ରଣାର ତୀବ୍ରତାରେ ପରିବର୍ତ୍ତନ ମଧ୍ୟରେ ସମ୍ପର୍କ ପାଇଥିଲେ । ହେଲେ ୨୦୧୬ରେ ହୋଇଥିବା ଅଧ୍ୟୟନରେ ୩୪୫ଲୋକଙ୍କୁ ନେଇ ହୋଇଥିଲା ରିସର୍ଚ୍ଚ । ପାଗ ପରିସ୍ଥିତି ଏବଂ ହଠାତ୍ ଯନ୍ତ୍ରଣା ଅନୁଭବ ମଧ୍ୟରେ କୌଣସି ସ୍ପଷ୍ଟ ସମ୍ପର୍କ ନଥିବା ପ୍ରମାଣ ମିଲିଥିଲା ।
କେମିତି ଏଥିରୁ ପାଇବେ ଆଶ୍ୱସ୍ତି ?
୧- ଧୀର ଗତିବିଧି ଆରମ୍ଭ କରନ୍ତୁ – ଚାଲିବା, ସାଇକେଲିଂ ଏବଂ ପହଁରିବା ଆଣ୍ଠୁ ଗତିଶୀଳତା ବଜାର ରଖିବାରେ ସହାୟକ ହେବ ।
୨- ସହାୟକ ମାଂସପେଶୀକୁ ମଜବୁତ କରନ୍ତୁ- ଜଂଘ ଏବଂ ନିତମ୍ବ ମାଂସପେଶୀକୁ ଲକ୍ଷ୍ୟ କରି ବ୍ୟାୟାମ କରିବା ଦ୍ୱାରା ଆଣ୍ଠୁ ଚାରିପାଖରେ ସମର୍ଥନ ଉନ୍ନତ ହୋଇପାରିବ ।
୩- ଆଣ୍ଠୁକୁ ଉଷ୍ମ ରଖନ୍ତୁ, ଉଷ୍ଣ ପୋଷାକ ଏବଂ ଏକ ଆରାମଦାୟକ ଘର ଭିତରେ ତାପମାତ୍ରା କଠିନତାକୁ ଅନୁଭବକୁ ହ୍ରାସ କରିବାରେ ସହାୟକ ହୋଇପାରେ ।
୪- ଲମ୍ବା ସମୟ ଧରି ବସିବା ବନ୍ଦ କରନ୍ତୁ, ଘଂଟା ଘଂଟା ଗୋଟିଏ ସ୍ଥିତି ବା ସ୍ଥାନରେ ରହିବା ପରିବର୍ତ୍ତେ ଛୋଟ ଗତିବିଧି ବିରତି ସହ କରିବା ଆବଶ୍ୟକ ।
୫- ତୀବ୍ର ଯନ୍ତ୍ରଣା ସହ ଆଗକୁ ବଢନ୍ତୁ ନାହିଁ, ଯଦି କୌଣସି କାମ ଆଶ୍ୱସ୍ତି ଦେଉଛି, ତେବେ ବ୍ୟାୟାମ ତୀବ୍ରତାକୁ ନିୟନ୍ତ୍ରଣ କରନ୍ତୁ ।
ଥଣ୍ଡାଦିନେ ଅଣ୍ଠୁରେ ଦରଜ ହେବା ଛଡା ଅଲଗା ସମୟରେ ଚାଲିବା ବେଳେ ସିଡି ଚଢିବା ବେଳେ କିମ୍ବା ଦୈନନ୍ଦିନ କାମ ବେଳେ ଆଣ୍ଠୁରେ ଦରଜ ଅନୁଭବ ହେଲେ ସାବଧାନ । ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାନ୍ତୁ, ନଚେତ୍ ଗଣ୍ଠିରେ କଠିନତା (ଷ୍ଟିଫ୍ନସେ୍) ବଢିପାରେ । ଫୁଲି ପାରେ, ଚାଲିବା ବୁଲିବା ବନ୍ଦ କରିବାକୁ ପଡିପାରେ ଏବଂ ଦରଜ କମିନପାରେ । ତେଣୁ ବେଳ ଥାଉ ଥାଉ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । ସବୁବେଳର କଷ୍ଟ ଏବଂ ଆଣ୍ଠୁଗଣ୍ଠିରେ ସମସ୍ୟା ମଧ୍ୟରେ ପ୍ରାର୍ଥକ୍ୟ ଜାଣିବାକୁ ହେଲେ ଆପଣଙ୍କୁ ଚିକିତ୍ସା ଦରକାର । ଡାକ୍ତରଙ୍କ ପରାମର୍ଶ ଦରକାର । ତେଣୁ ସଚେତନତା ସହ ସୁସ୍ଥ ରୁହନ୍ତୁ ।
